ଗୁରୁଡ଼ିଝାଟିଆ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଆଠଗଡ଼ : କୋଉ ଉପାନ୍ତ, ଅପନ୍ତରା ଅଞ୍ଚଳ ନୁହେଁ ,ଉପକୂଳ ଓଡ଼ିଶାରେ ବି ଜନନୀ ଯନ୍ତ୍ରଣାର ଭୟଙ୍କର ଚିତ୍ର। ଡାକ୍ତରଖାନା ବନ୍ଦ ଥିବାରୁ ସେବା ନପାଇ ଡାକ୍ତରଖାନା ପରିସରରେ ଜଣେ ମହିଳା ସନ୍ତାନ ପ୍ରସବ କରିବା ଏବଂ ଚିକିତ୍ସା ନପାଇ ଶିଶୁଟିର ମୃତ୍ୟୁ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି। କଟକ ଆଠଗଡ଼ ଅଞ୍ଚଳରେ ଆଜି ସାମ୍ନାକୁ ଆସିଛି ଏମିତି ଚିତ୍ର ।

ଏଇ ଖବର ପ୍ରସାରଣ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ।  କଟକ ସିଡିଏମ ଆଣ୍ଡ ପିଏଚ୍ଓଙ୍କୁ ତଦନ୍ତ କରି ୩ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଆଜି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁଡିଝାଟିଆ ହସ୍ପିଟାଲ୍ ପରିଦର୍ଶନ କରିଥିଲେ।  ହସ୍ପିଟାଲରେ ତାଲା ପଡ଼ିବା ଏବଂ କୌଣସି ଜଣେ ବି କର୍ମଚାରୀ ନରହିବାରୁ ଏଭଳି ଘଟଣା ଘଟିବା ତାଙ୍କୁ ବ୍ୟଥିତ କରିଛି ବୋଲି ସେ କହିଛନ୍ତି।

ଏହା ସହ ପଢନ୍ତୁ : ପ୍ରସୂତିଙ୍କୁ ମିଳିଲାନି ଚିକିତ୍ସା ; ନବଜାତର ମୃତ୍ୟୁ

ଆହୁରି ପଢ଼ନ୍ତୁ

ନଷ୍ଟ ହେଲେ ବା ହଜିଗଲେ ପୁଣି ମିଳିବ ଏସଏଲସି

ଏଠି ଏକ ସମ୍ବେଦନହୀନ ସରକାର ଚାଲିଛି- ଧର୍ମେନ୍ଦ୍ର

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

You might also like