ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ କୋଭିଡ୍‌ ପରୀକ୍ଷା କରାଇବାକୁ ଓଡ଼ିଶାର ଦାବି

ଭୁବନେଶ୍ୱର: ଦେଶରେ କରୋନା ମୁକାବିଲା ନେଇ ନିଆଯାଉଥିବା ପଦକ୍ଷେପ, ଆଗକୁ ନିଆଯିବାକୁ ଥିବା ପ୍ରତିଷେଧକମୂଳକ ବ୍ୟବସ୍ଥା ସମ୍ପର୍କରେ ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରେଡ୍ ଜୋନ୍ ଘୋଷଣା ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ।

ଓଡ଼ିଶାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସମେତ ଅନ୍ୟ ରେଡ୍ ଜୋନ୍ ଘୋଷଣା ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସାମିଲ ହୋଇଥିଲେ।

କେନ୍ଦ୍ର ସରକାରଙ୍କ SOPରେ ଉଲ୍ଲେଖ ରହିଥିବା ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ କୋଭିଡ ପରୀକ୍ଷା କରାଇ ସାର୍ଟିଫିକେଟ ପ୍ରଦାନ କରି ଆମ ରାଜ୍ୟକୁ ପଠାଇଲେ ତାହା ରାଜ୍ୟ ପାଇଁ ମଙ୍ଗଳ ହେବ ବୋଲି କହିଛନ୍ତି ନବାଦାସ। ଏହା ସହ ରେଡ୍ ଜୋନ୍ ଗୁଡ଼ିକର ସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ପଠାଇବାକୁ ଦାବି ରଖିଛନ୍ତି।

You might also like