କାମ ଦେଉନି ପ୍ଲଜମା ଥେରାପି: ସ୍ପଷ୍ଟୀକରଣ ରଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନାର ଚିକିତ୍ସାରେ ଦ୍ୱନ୍ଦ୍ୱ। ପ୍ଲାଜମା ଥେରାପି ଓ ରେମଡେସିଭିର୍ କାମ ଦେଉନଥିବା ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, କରୋନାର ଟ୍ରିଟମେଣ୍ଟରେ ପ୍ଲାଜମା ଥେରାପି ଓ ରେମଡେସିଭିର୍ ଫଳପ୍ରଦ ହେଉନଥିବା ସଂପର୍କରେ ICMR ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ କିଛି ଅବଗତ କରାଯାଇନାହିଁ। ତେଣୁ ଏ ନେଇ ଭୟଭୀତ ନ ହେବାକୁ ପ୍ରଦୀପ୍ତ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଆଗରୁ କୁହାଯାଉଥିଲା ଯେ, ପ୍ଲାଜମା ଥେରାପି ଦ୍ୱାରା କୋଭିଡ ଆକ୍ରାନ୍ତ ଭଲ ହେଉଛନ୍ତି। ଏହି ମହାମାରୀର କିଛି ଟୀକା କି ଔଷଧ ବାହାରିନଥିବାରୁ ଏହି ପ୍ଲାଜମା ଥେରାପିକୁ ଚିକିତ୍ସା ବିଜ୍ଞାନରେ କୋଭିଡ ପାଇଁ ଆଶାର ଆଲୋକ ବୋଲି ଧରା ଯାଉଥିଲା। ଏପରିକି କେତେକ ରାଜ୍ୟରେ ଏହାର ବହୁଳ ବ୍ୟବହାର ସହିତ ପ୍ଲାଜମା ବ୍ୟାଙ୍କ ମଧ୍ୟ ପ୍ରତିଷ୍ଠା ହୋଇଥିଲା।

କିନ୍ତୁ ଗତ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ପ୍ଲାଜମା ଥେରାପିକୁ ବନ୍ଦ କରାଯାଇପାରେ କାରଣ ପ୍ଲାଜମା ଥେରାପି ବିଶେଷ ଫଳପ୍ରଦ ହେଉନାହିଁ। ମୃତ୍ୟୁକୁ ରୋକିପାରୁ ନାହିଁ କିମ୍ବା ଗୁରୁତର ରୋଗୀ କ୍ଷେତ୍ରରେ ଏହା କାମ ଦେଉନାହିଁ। ତେଣୁ କରୋନା ଚିକିତ୍ସା ଗାଇଡ୍ ଲାଇନ୍‌ରୁ ଏହାକୁ ହଟାଯାଇପାରେ ବୋଲି ICMR ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଥିଲେ।

You might also like