କେଉଁ ଜିଲ୍ଲାରେ କେତେ ଅଛନ୍ତି କରୋନା ଆକ୍ରାନ୍ତ ତଥ୍ୟ ତେଲେ ସରକାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ସୁନ୍ଦରଗଡ଼ର ୩ ନୂଆ ଆକ୍ରାନ୍ତ ରାଉରକେଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ମହିଳାଙ୍କ ବୟସ ୫୭ ବର୍ଷ ହୋଇଥିବାବେଳେ ପୁରୁଷଙ୍କ ମଧ୍ୟରୁ ଜଣେ ବୟସ ୨୩ ବର୍ଷ ର ଯୁବକ ଓ ଅନ୍ୟ ଜଣଙ୍କ ବୟ ୬୦ ବର୍ଷ।

ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ ଜଣକ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି।

ରିପୋର୍ଟ ଆସିବା ପରେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସୁନ୍ଦରଗଡ଼ର ୩ ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ସେପଟେ ଜିଲ୍ଲାରେ ପୂର୍ବରୁ ୨ ଜଣ ଓ ଗତକାଲି ଜଣେ ସୁସ୍ଥ ହୋଇଥିବାରୁ ଏବେ ୩ଟି ଆକ୍ଟିଭ୍ କେଶ୍‌ ରହିଛି।

ଏହା ପୂର୍ବରୁ ଗତ ରାତିରେ ଯାଜପୁର ଜିଲ୍ଲାରେ ୬ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତ ପୁରୁଷ ଓ ସେମାନେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି।

ସେମାନଙ୍କ ବୟସ ୨୩, ୩୯, ୪୯, ୫୦, ୫୨ ଓ ୫୭ ବର୍ଷ। ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି। ଏଥିସହିତ ଯାଜପୁର ରାଜ୍ୟର ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ଥିବା ଜିଲ୍ଲାରେ ପରିଣତ ହୋଇଛି।

ପ୍ରଥମ ସ୍ଥାନରେ ୪୭ ଆକ୍ରାନ୍ତଙ୍କ ସହ ଖୋର୍ଦ୍ଧା ଥିବା ବେଳେ ଦ୍ୱିତୀୟରେ ୧୮ ଆକ୍ରାନ୍ତଙ୍କ ସହ ଯାଜପୁର ଓ ତୃତୀୟରେ ୧୬ ଆକ୍ରାନ୍ତଙ୍କ ସହ ଭଦ୍ରକ ରହିଛି।

ରାଜ୍ୟରେ ମୋଟ୍ ୧୦୩ ଆକ୍ରାନ୍ତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ ୬୮ ଜଣଙ୍କର ଚିକିତ୍ସା ଚାଲିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଗତକାଲି ସୁନ୍ଦରଗଡ଼ର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି  ଅପରପକ୍ଷେ କରୋନା ଆକ୍ରାନ୍ତ ୪ଟି ଜିଲ୍ଲା କଳାହାଣ୍ଡି, କଟକ, ପୁରୀ ଏବଂ ଢେଙ୍କାନାଳରେ କୌଣସି ସକ୍ରିୟ ସଂକ୍ରମିତ ନାହାନ୍ତି।

ବାକି ଅନ୍ୟ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ାର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ଏମାନେ ଖୁବ୍ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ।

କରୋନା ସଂପର୍କରେ ଜିଲ୍ଲାଓ୍ୱାରୀ ତଥ୍ୟ-

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୬ ଆକ୍ରାନ୍ତ; ୨୩ ଚିକିତ୍ସାଧୀନ, ୨୨ ସୁସ୍ଥ, ଜଣେ ମୃତ; ଯାଜପୁର ଜିଲ୍ଲାରେ ୧୮ ଆକ୍ରାନ୍ତ, ୧୭ ଚିକିତ୍ସାଧୀନ, ଜଣେ ସୁସ୍ଥ, ଭଦ୍ରକ ଜିଲ୍ଲାରେ ୧୬ ଆକ୍ରାନ୍ତ, ୧୪ ଚିକିତ୍ସାଧୀନ, ୨ ଜଣ ସୁସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୪୧୦୧ କରୋନା ଆକ୍ରାନ୍ତ

You might also like