ପୂଜାହାରୀଙ୍କୁ ସୋ’କଜ୍ ନୋଟିସ୍‌

୩ ଦିନ ଭିତରେ ସୋ କଜ୍‌ର ଉତ୍ତର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଅାଜି ସୋ’ କଜ୍ ନୋଟିସ ଜାରି ହୋଇଥିବା ବେଳେ ନୋଟିସ ଉତ୍ତର ମିଳିବା ଏବଂ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଅାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ପକ୍ଷରୁ ଏହି ସୋ’କୋଜ୍ ଜାରି ହୋଇଛି। ଏଥିରେ ଅାସନ୍ତା ତିନି ଦିନ ଭିତରେ ପୁଜାହାରୀଙ୍କୁ ସୋ’କଜର ଉତ୍ତର ରଖିବାକୁ କୁହାଯାଇଥିବା ବେଳେ ତାଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଅାଯାଇଛି।

ଯଦି ଏହି ସମୟ ମଧ୍ୟରେ ପୁଜାହାରୀ କୌଣସି ଉତ୍ତର ନଦିଅନ୍ତି, ତେବେ ତାଙ୍କର କିଛି କହିବାର ନାହିଁ ବୋଲି ଧରାଯିବା ସହ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଅାଯିବ। ଏହା ପୂର୍ବରୁ ଅଶ୍ୱିନୀ ପୂଜାହାରୀ ଅାଜି ସର୍ଜରୀ ବିଭାଗର ଇନଚାର୍ଜ ପଦବୀରୁ ନିଜ ଅାଡ଼ୁ ଓହରିଯାଇଥିଲେ। ଏ ନେଇ ସେ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଥିଲେ।

ଲୁଣ ଓ ତବଲା ଥେରାପିରେ ଚିକିତ୍ସା, ମଦ୍ୟପ ରୋଗୀଙ୍କୁ ଲଣ୍ଡା କରିବା, କ୍ଲାସରୁମ୍ ଭିତରେ ପ୍ରଫେସରଙ୍କୁ କଡ଼ା ତାଗିଦ ଅାଦି ବିଭିନ୍ନ ଘଟଣାକୁ ଭିମସାର ନିର୍ଦ୍ଦେଶକ ଅଶ୍ୱୀନି ପୁଜାହାରୀ ଏକାଧିକ ବାର ବିବାଦ ଘେରକୁ ଅାସିଥିଲେ।

 

You might also like