ବିଜୁ ସ୍ୱାସ୍ଥ୍ୟ ଯୋଜନା ବିଜ୍ଞାପନ ବିବାଦ ପ୍ରସଙ୍ଗ

ସୋଶାଲ ମିଡିଅାରେ ଏକ ଭିଡିଓ ଭାଇରାଲ ହେବାପରେ, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସୋଶାଲ ମିଡିଅାରେ ଏକ ଭିଡିଓ ଭାଇରାଲ ହେବାପରେ, ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଅାଯାଇଛି। ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବାକୁ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଶିଖାଇ ଏପରି ଭିଡିଓ ତିଅାରି କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଅକ୍ଟୋବର ୯ ଏବଂ ୧୦ ତାରିଖରେ ଲକ୍ଷ୍ମଣ କୁମାର ନାମକ ରୋଗୀ ନୂଅାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି ଯୋଜନା ମାଧ୍ୟମରେ ଳକ୍ଷ୍ମଣ କୁମାରଙ୍କ ଚିକିତ୍ସା କରାଯାଇଥିଲା। ଅନ୍ୟପଟେ ଏହି ଯୋଜନାରେ ସୁବିଧା ମିଳୁନଥିବା ନେଇ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା। ବିଜ୍ଞାପନରେ ପୋଷ୍ଟର ବୟ ସାଜିଥିବା ନୂଅାପଡ଼ା ଜିଲ୍ଲା ଭେଲା ଗାଁର ହୃଦରୋଗୀ ଲକ୍ଷ୍ଣଣ କୁମାରଙ୍କୁ ଟଙ୍କାଟିଏ ବି ମିଳିନଥିବା ସେ ଅଭିଯୋଗ ଅାଣିଥିଲେ।

ଲକ୍ଷ୍ମଣଙ୍କ ଚିକିତ୍ସା ପାଇଁ ସରକାର ସବୁ ସୁବିଧା ଯୋଗାଇଥିବା ନେଇ ବିଜ୍ଞାପନରେ ତାଙ୍କ ଫଟୋ ଛାପିଥିଲେ। ହେଲେ ଲକ୍ଷ୍ଣଣ ଏ ବିଜ୍ଞାପନ ଦେଖି ଖୁବ୍‌ ମର୍ମାହତ ବୋଲି ଭିଡିଓରେ କହିଛନ୍ତି। ଏପରିକି ୨ ମାସ ହେଲାଣି କଟକ ବଡ଼ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ବୋଲି ଦୁଃଖର ସହ କହିଛନ୍ତି ଲକ୍ଷ୍ଣଣ । ଏ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ।

You might also like