କରୋନା ଔଷଧ ବ୍ୟବହାରକୁ ନେଇ କ’ଣ କହିଲା ସ୍ୱାସ୍ଥ୍ୟ ବିଭାଗ?

ଭୁବନେଶ୍ୱର: ସାଧାରଣ କାଶ, ଥଣ୍ଡା ହେଲେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ସେବନ କରୁଛନ୍ତି। କୋଭିଡ-୧୯ ଔଷଧ ବ୍ୟବହାର ନେଇ ଆଡଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହି ରୋଗ ପାଇଁ ବିନା ପ୍ରେସ୍କ୍ରିପ୍ସନରେ କୌଣସି ପ୍ରକାର ଔଷଧ ସେବନ ନକରିବାକୁ କୁହାଯାଇଛି।

ତାସହ ହାଇଡ୍ରୋକ୍ସିକ୍ଲୋରେକ୍ୱିନ ଏକ ଡାକ୍ତରୀ ପରାମର୍ଶଜନିତ ଔଷଧ ଅଟେ ଯାହାକି କେବଳ ଲକ୍ଷଣବିହୀନ ସ୍ୱାସ୍ଥ୍ୟକର୍ମୀ ଓ ଲାବୋରେଟାରୀରେ ପରୀକ୍ଷଣ ଦ୍ୱାରା ଚିହ୍ନଟ ରୋଗୀଙ୍କୁ ବ୍ୟବହାର ପାଇଁ ଦିଆଯାଏ। କୌଣସି ଗୁରୁତର ବ୍ୟାଧିରେ ଆକ୍ରାନ୍ତ ହୋଇ ଆଇସିୟୁ ଯିବା ଅବସ୍ଥାରେ ଥିବା ରୋଗୀଙ୍କୁ ହିଁ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଦିଆଯାଇଥାଏ।

ତେଣୁ ବିନା ଅନୁମତିରେ ଏହି ଔଧଷ ବିକ୍ରି ଦଣ୍ଡନୀୟ। ନିୟମ ଉଲ୍ଲଂଘନ କଲେ ଡ୍ରଗ୍ସ ଆଇନ୍ ୧୯୪୦ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି ବୋଲି କୁହାଯାଇଛି।

You might also like