କେମିତି ଅଛନ୍ତି ପଦ୍ମ ଭୂଷଣ ମନୋଜ ଦାସ ?
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା ପଦ୍ମ ଭୂଷଣ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଛନ୍ତି ମନୋଜ ଦାସଙ୍କ ପୁତୁରା ବୋହୂ ରଂଜିତା ଦାସ। ସେ କହିଛନ୍ତି ଯେ, ସେ ସଚେତନ ଅଛନ୍ତି, କଥାବାର୍ତ୍ତା କରୁଛନ୍ତି। ମାତ୍ର ସେ ଦୁର୍ବଳ ହୋଇପଡ଼ିଛନ୍ତି। ଆଗ ଅପେକ୍ଷା ଭଲ ଅଛନ୍ତି, ଚିନ୍ତାଜନକ ସ୍ଥିତିରେ ନାହାନ୍ତି। ପୁତୁରା ବୋହୂ ରଂଜିତା ପଣ୍ଡିଚେରୀରେ ମନୋଜ ଦାସଙ୍କ ପାଖରେ ଅଛନ୍ତି।