ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା

ବାରିପଦା: ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଅବ୍ୟବସ୍ଥା। ବେଡ୍‌ ଅଭାବରୁ ଅନେକ ରୋଗୀ ବାରଣ୍ଡାରେ ତଳେ ଶୋଇଥିବା ଦେଖିବାକୁ ମିଳିଛି।

ମୟୂରଭଞ୍ଜରେ ପାରଦ ୯ ଡିଗ୍ରୀକୁ ଖସିଥିବାରୁ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ନବଜାତ ଶିଶୁ ସହ ପ୍ରସୂତି ତଳେ ଶୋଇ ରାତି କଟାଉଛନ୍ତି। ଅନ୍ୟପଟେ ଶୀତବସ୍ତ୍ର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଥିବା ମେଡ଼ିକାଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ଆବଶ୍ୟକ ଅନୁସାରେ ବେଡ୍ ନଥିବାରୁ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତ କାକରରେ ତଳେ ଲମ୍ବା ଲାଇନ୍‌ରେ ରୋଗୀ ଶୋଇଥିବା ନଜର ଆସିଛି। କିଏ ଲିଫ୍ଟ ଦ୍ୱାର ମୁହଁରେ ଶୋଇଛନ୍ତି ତ ଆଉ କିଏ ମେଡିକାଲ ବାରଣ୍ଡାରେ ଶୋଇଛନ୍ତି। କେବଳ ପ୍ରସୂତି ବିଭାଗ ନୁହେଁ, ଅନ୍ୟ ୱାର୍ଡରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଲୋକେ ଯିବା ଆସିବା ରାସ୍ତାରେ ରୋଗୀ ପଡ଼ି ରହିଛନ୍ତି।

ପ୍ରତିଦିନ ମେଡ଼ିକାଲ୍‌ କଲେଜରେ ୩୦ରୁ ୩୫ ଶିଶୁ ଜନ୍ମ ହୋଇଥାନ୍ତି। ହେଲେ ବେଡ୍ ଅଭାବ ଲାଗି ସମସ୍ତଙ୍କୁ ତଳେ ଶୋଇବାକୁ ପଡୁଛି। କେବଳ ବେଡସିଟ୍‌ଟିଏ ଦେଇ ମେଡିକାଲ୍‌ କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଇଛନ୍ତି।

ଶୀତ ବସ୍ତ୍ର ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମେଡ଼ିକାଲ ଅଧୀକ୍ଷକ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କରୋନା ଟିକା ମାଗଣାରେ ଦିଆଯିବ କି? ରଣେନ୍ଦ୍ରଙ୍କ ପ୍ରଶ୍ନର ଜବାବ ରଖିଲା ବିଜେପି

ବିଶ୍ୱାସରେ ବିଷ ଦେଇଦେଲେ ସାଙ୍ଗ !

ଥାନା ଅଧିକାରିଣୀଙ୍କ ଶୁଭେଚ୍ଛା ବିଜ୍ଞାପନରେ ବିଧାୟକଙ୍କ ଫଟୋ ଓ ଦଳୀୟ ଚିହ୍ନ

‘ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି?’

କୋରାପୁଟରେ ମାଓ ବିରୋଧୀ ପୋଷ୍ଟର

ରାସ୍ତାରୁ ଉଠୁ ନାହାନ୍ତି ମହିଳା

ବରମୁଣ୍ଡା ବ୍ରିଜ୍‌ ତଳୁ ମିଳିଲା ଯୁବକଙ୍କ କ୍ଷତାକ୍ତ ମୃତଦେହ

୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୧,୬୩୩ କରୋନା ପଜିଟିଭ୍‌‌ ଚିହ୍ନଟ

ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ୨ ଜୀବନ

ନିଖୋଜ ହୋଇଥିବା ବୀରମିତ୍ରପୁର ଥାନା ଦୁଷ୍କର୍ମ ପୀଡ଼ିତା ଉଦ୍ଧାର

You might also like