ବାଇକ୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ବସ୍ତାମ୍ବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭନସୁଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଚକ୍ରଧର ପାଲଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ସାଧାରଣତନ୍ତ୍ର ଦିବସ ଅବସରରେ ଚକ୍ରଧର ପାଲ ଗତକାଲି କୋଟପାଡ଼ ବଜାରରୁ ଗିଫ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣାକିଣି କରିବାକୁ ଯାଇଥିଲେ। ସେଠାରୁ କିଣାକିଣି ସାରି ଭନସୁଲି ଫେରୁଥିବା ବେଳେ ବାସ୍ତାମ୍ବା ନିକଟରେ ତାଙ୍କର ବାଇକ୍‌ ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

You might also like