ଝାରସୁଗୁଡା:ଝାରସୁଗୁଡା ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ପ୍ରଧାନଶିକ୍ଷକ। ମାଡ଼ ଖାଇବା ପରେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
ଅଭିଯୋଗ ଅନୁଯାୟୀ, ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ସ୍କୁଲ ଛୁଟି ପରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କୁ ଆକଟ କରିବାକୁ ଯାଇ ପ୍ରଧାନଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରିଥିଲେ।
ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଏ ନେଇ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।