• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର: ଚନ୍ଦକା ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟାକାଣ୍ଡ ଘଟଣା ଉପରୁ ପରଦା ହଟିଲା। ପ୍ରେସମିଟରେ ରହସ୍ୟର ଖୁଲାସା କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ବିବାହକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ କଟାମୁଣ୍ଡର ଅବଶେଷ ଜବତ କରିଛି ପୋଲିସ। ମୃତ ମହିଳା ଜଣକ ପୁଷ୍ପଲତା ରାଉଳ ଏବଂ ତାଙ୍କର ବୟସ ୨୮ ବୋଲି ଜଣାପଡ଼ିଛି, ତାଙ୍କ ଘର ମଞ୍ଚେଶ୍ୱର ଥାନାର ଧିରିକୁଟି ବସ୍ତିରେ।

ପୋଲିସ କମିଶନର କହିଛନ୍ତି, ତଦନ୍ତ ବେଳେ ମହିଳାଙ୍କ ଶବକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ। ପୁଷ୍ପଲତା ସ୍ୱାମୀଙ୍କର ମୃତ୍ୟୁ ପରେ ଅଭିଯୁକ୍ତ ସଞ୍ଜୟ ଓରଫ୍ ଅଙ୍ଗଦ ଦାସଙ୍କ ସମ୍ପର୍କରେ ଆସିଥିଲେ। ଆଗରୁ ସଞ୍ଜୟ ପୁଷ୍ପଲତାଙ୍କ ଘରେ ଭଡ଼ାରେ ରହୁଥିଲେ। ତେଣୁ ଗତ ୬ ‍ବର୍ଷ ହେଲା ଉଭୟ ଉଭୟଙ୍କୁ ଜାଣିଥିଲେ। ପରେ ପୁଷ୍ପଲତା ତାରିଣୀନଗର ବସ୍ତିରେ ନିଜେ ଏକ ଘର ତିଆରି କରି ଏକା ରହୁଥିଲେ। କିନ୍ତୁ ମଝିରେ ମଝିରେ ସଞ୍ଜୟର ଘରକୁ ଯିବାଆସିବା କରୁଥିଲେ ପୁଷ୍ପଲତା ।

ହେଲେ କିଛି ଦିନ ତଳେ ପ୍ରୀତିରଂଜନ ପତି ନାମକ ବ୍ୟକ୍ତିଙ୍କୁ ବାହା ହୋଇଥିଲେ । ଡିସେମ୍ବର ୨୪ ତାରିଖରେ ବିବାହ କରିଥିଲେ ପୁଷ୍ପଲତା । ବିବାହ ପରେ ପ୍ରୀତିରଞ୍ଜନ ଘର ଚକେଇସିଆଣୀରେ ରହୁଥିଲେ। ହେଲେ କିଛି ଦିନ ପରେ ପୁଣି ସ୍ୱାମୀ ପ୍ରୀତିରଂଜନକୁ ଛାଡ଼ି ସଂଜୟ ସହ ଆସି ରହିଥିଲେ ପୁଷ୍ପଲତା। ତେବେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି କାରଣରୁ ଫେବୃଆରୀ ୩ ତାରିଖ ସନ୍ଧ୍ୟା ୫ଟା ବେଳେ ସଞ୍ଜୟ ପୁଷ୍ପଲତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା। ତେବେ ହତ୍ୟା କରିବା ପରେ ରାତିରେ ସହଯୋଗୀ ଚନ୍ଦୁ ସହ ବୋଲେରୋରେ ମହିଳାଙ୍କ ଶବ ନେଇଯାଇଥିଲା  ଅଭିଯୁକ୍ତ। ଆଉ ଦାସପୁର ନିକଟରେ ମୁଣ୍ଡକାଟି ଫୋପାଡ଼ି ଦେଇଆସିଥିଲେ। ହତ୍ୟାକାଣ୍ଡ ଘଟଣା ପରେ ଉଭୟ ଦଶପଲ୍ଲା ପଳାଇ ଯାଇଥିଲେ।  ଉଭୟ ମିଶି ପ୍ରମାଣ ନଷ୍ଟ କରିବା ନେଇ ଉଭୟ ମିଶି ଷଡଯନ୍ତ୍ର କରିଥିଲେ ।

ଅଭିଯୁକ୍ତ ସଞ୍ଜୟ ଦାସ ଏକ ମାଲ୍ ବୋଝେଇ ବୋଲେରୋ ଗାଡିର ମାଲିକ ଓ ଡ୍ରାଇଭର । ଅନ୍ୟପଟେ ସହଯୋଗୀ ଚନ୍ଦୁ ଜଣେ ରାଜ ମିସ୍ତ୍ରୀ। ଉଭୟ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ପାଖାପାଖି ଗାଁର ହୋଇଥିବାରୁ ଭଲ ବନ୍ଧୁତା ଥିଲା ।ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ କଟାମୁଣ୍ଡ ଜବତ ହୋଇଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ପୋଲିସ କମିଶନର କହିଛନ୍ତି, ଏହା ଏକ ଜଘନ୍ୟ ହତ୍ୟାକାଣ୍ଡ ଥିଲା। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଚାଲେଂଜ ଥିଲା। ହେଲେ ୯ ତାରିଖ ଅପରାହ୍ନରେ ହତ୍ୟାକାଣ୍ଡ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ମିଳିବା ପରେ ପୋଲିସ ଛାନଭିନ ଆରମ୍ଭ କରି ପରିଶେଷରେ ଅଭିଯୁକ୍ତ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା।

ସୂଚନାଯୋଗ୍ୟ ଭରତପୁର ସଂରକ୍ଷିତ ଜଙ୍ଗଲ ପାଖରୁ ମହିଳାଙ୍କ କଟାମୁଣ୍ଡ ଅବଶେଷ ଉଦ୍ଧାର ହୋଇଛି। ଦୁଇ ଅଭିଯୁକ୍ତଙ୍କ ସହାୟତାରେ ମୁଣ୍ଡ ଠାବ କରିଛି ପୋଲିସ। ମୃତଦେହ ମିଳିବା ସ୍ଥାନରୁ ୨ କିଲୋମିଟର ଦୂରରୁ ମୁଣ୍ଡର ଅବଶେଷ ମିଳିଛି। ଅବଶେଷ ମିଳିବା ସ୍ଥାନରେ ଫୋରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କରିଛି। ଏହାସହ ନମୁନା ସଂଗ୍ରହ କରି ସାଣ୍ଟିଫିକ୍ ଆନାଲିସିସ୍ ପାଇଁ ନେଇଛି। ଏହି ଅବଶେଷ ଓ ମୃତଦେହର ଡିଏନ୍ଏ ପ୍ରୋଫାଇଲିଂ କରାଯିବ ମୁଣ୍ଡର ଅବଶେଷ ଓ ଶରୀରର ଡିଏନ୍ଏ ମ୍ୟାଚିଂ କରାଯିବ ବୋଲି ସାଇଣ୍ଟିଫିକ୍ ଟିମ୍ କହିଛନ୍ତି। ଏହାପରେ ମୃତଦେହ ମିଳିଥିବା ମହିଳାଙ୍କ ମୁଣ୍ଡ କି ନୁହଁ ସ୍ପଷ୍ଟ କରାଯିବି। ସେପଟେ ଅଭିଯୁକ୍ତଙ୍କୁ ନେଇ ପୋଲିସ ମୃତଦେହ ମିଳିଥିବା ସ୍ଥାନରେ ସିନ୍ ରିକ୍ରିଏଟ କରିଛି।

Headless-body-recovery-the-victim-has-been-identified-as-puspalata-roul-28
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories