• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଦିନେ ଅଭିନୟ କରି ଅନ୍ୟକୁ ହସାଉଥିଲେ । ଆଜି ହସିବାର ଅଭିନୟ କରିବାକୁ ପଡୁଛି । ଦିନେ ଲୋକଙ୍କର ମନୋରଞ୍ଜନ କରୁଥିଲେ । ଆଜି ସେଇ ଲୋକଙ୍କ ସହାୟତା ଅପେକ୍ଷାରେ କଟୁଛି ଜୀବନ । ସେହି କଳାକାର ଜରକ ହେଉଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ୨୭ବର୍ଷ ଧରି ସେ ଅଭିନୟ କରିଆସୁଛନ୍ତି । ବନ୍ଦେ ଉତ୍କଳ ଜନନୀ, ଆ ଜହ୍ନରେ ଲେଖିବା ନାଁ, ପ୍ରେମ ରୋଗୀ, କେମିତି ଏ ବନ୍ଧନ, ଫ୍ୟାମିଲି ନମ୍ବର ଓ୍ୱାନ ଭଳି ଚଳଚ୍ଚିତ୍ର ସହ ତରଙ୍ଗ ଚାନେଲର ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି । କିନ୍ତୁ ଏବେ ଲକ୍‌ଡାଉନ୍‌ରେ ଜୀବିକା ହରାଇ ଜୀବନ ସହ ଲଢେଇ କରୁଛନ୍ତି ମୃତ୍ୟୁଞ୍ଜୟ ।

ଅଭିନୟ ସମୟରେ ଏକ ଛୋଟିଆ ଆଘାତ ମୃତ୍ୟୁଞ୍ଜୟଙ୍କ ଜୀବନକୁ ଏବେ ଅଚଳ କରି ରଖିଦେଇଛି । ଏହି ଛୋଟିଆ ଆଘାତକୁ ହେୟଜ୍ଞାନ କରିବାରୁ ଘା’ ଏବେ କ୍ୟନସରରରେ ପରିଣତ ହେଲାଣି । ଏବେ ଘା’କୁ ଭଲ କରିବା ପାଇଁ ମୃତ୍ୟୁଞ୍ଜୟ ଏପଯର୍ୟନ୍ତ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି । ଆଗକୁ ଅହୁରି ଅର୍ଥର ଆବଶ୍ୟକ । ରୋଜଗାର ହରାଇ ପରିବାର ପୋଷିବା କଷ୍ଟ ହେଉଥିବା ବେଳେ ଏହି ସମୟରେ କେମିତି ନିଜ ଚିକିତ୍ସା କରିବେ, ସେନେଇ ଚିନ୍ତାରେ ମୃତ୍ୟୁଞ୍ଜୟ ।

ଭୁବନେଶ୍ୱର ୟୁନିଟ ୯ ରେ ସୁଧାନିଧିଶ୍ୱର ବସ୍ତିରେ ରୁହନ୍ତି ମୃତ୍ୟୁଞ୍ଜୟ l ପରିବାରରେ ପତ୍ନୀଙ୍କ ସହିତ ଗୋଟିଏ ପୁଅ ଓ ଝିଅ l ଜୀବିକା ଚାଲିଯିବା ପରେ ପରିବାର ଚଳାଇବା ପାଇଁ ଏସ୍ଏଚ୍‌ଜିରୁ ଋଣ ଆଣି ଘର ଦୁଆର ମୁହଁରେ ଗୋଟିଏ ଦୋକାନ କରିଥିଲେ ମୃତ୍ୟୁଞ୍ଜୟ । କିନ୍ତୁ କରୋନା ପାଇଁ ବନ୍ଦ ହେଲା ଦୋକାନ । ବାହାରେ ଯାଇ ପତ୍ନୀ କାମ କରୁଥିଲେ । କୋଭିଡ୍ ପାଇଁ ସେ ମଧ୍ୟ ଚାକିରି ହରାଇଛନ୍ତି ।

ପୁଅ ଏବେ ମାଟ୍ରିକ ପାସ କରିଥିବା ବେଳେ ନିଜ ପଢା ଖର୍ଚ୍ଚ ପାଇଁ ଗୋଟେ ଦୋକାନରେ ହାଉସ କିପିଂ କାମ କରୁଛି l ଆଉ ଏବେ ପରିବାର ଚଳାଇବା, ମୃତ୍ୟୁଞ୍ଜୟଙ୍କ ଚିକିତ୍ସା ଓ ପୁଅର ପାଠପଢା ସବୁ ବୋଝ ଲଦି ହୋଇଯାଇଛି ପତ୍ନୀ ଗୀତାଞ୍ଜଳିଙ୍କ ଉପରେ l ଅନ୍ୟ ଉପାୟ ନପାଇ ସ୍ୱାମୀଙ୍କ ଚିକିତ୍ସା ପାଇଁ ଅନ୍ୟ ଉପରେ ଭରଷା କରିଛନ୍ତି ଗୀତାଞ୍ଜଳି l

He-used-to-make-fun-of-others-by-acting-and-now-he-is-crying
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories