‘କୌଣସି ଦଳକୁ ଯିବି ନା ନାହିଁ, ଏଯାଏଁ ନିଷ୍ପତ୍ତି ନେଇନି’ : ଦିଲୀପ ରାୟ

ରାଉରକେଲା : ବିଜେଡି କିମ୍ବା ଅନ୍ୟ କୌଣସି ଦଳକୁ ଯିବି ନା ନାହିଁ, ସେ ସମ୍ପର୍କରେ ଏଯାଏଁ ନିଷ୍ପତ୍ତି ନେଇନି। ବିଜେପିରୁ ଇସ୍ତଫା ପରେ ଦିଲୀପ ରାୟ ଆଜି ପ୍ରଥମ ଥର ପାଇଁ ରାଉରକେଲାରେ ପହଞ୍ଚି ଗଣମାଧ୍ୟମକୁ ଏହା କହିଛନ୍ତି।

ରାଉରକେଲା ଏବଂ ରାଉରକେଲାବାସୀଙ୍କ ଉନ୍ନତି ପାଇଁ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହିତ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ଦିଲୀପ କହିଛନ୍ତି। କିଛି ଦିନ ତଳେ ରାଉରକେଲା ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେଇଥିଲେ ଦିଲୀପ ରାୟ। ଏହା ପରଠୁ ସେ କେଉଁ ଦଳକୁ ଯିବେ, ସେନେଇ ଚର୍ଚ୍ଚା ଲାଗିରହିଛି।

You might also like