• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମୟୂରଭଞ୍ଜ(ରାଜେଶ ଶର୍ମା): ଓଡ଼ିଶା ମାଟି ବୀର ମାଟି। ସେ ଇଂରେଜ ବିରୋଧରେ ଲଢେଇ ହେଉ କି ଚୀନ ବିରୋଧରେ। ସବୁ ବେଳେ ଆଗକୁ ବାହାରି ବୀରତ୍ୱର ପରିଚୟ ଦେଇଥାନ୍ତି ଆମର ଓଡ଼ିଆ ପୁଅ। ଆମେ କହୁଛି ଏମିତି ଜଣେ ବୀର ଯବାନର କଥା, ଯାହାଙ୍କ ବୀରତ୍ୱ ଦେଖି ଆଜିବି ଭାରତ ମାଟିରେ ପାଦ ଥାପିବାକୁ ଡରୁଛି ଚୀନ।

ଆଦିବାସୀ ଇଲାକା ମୟୂରଭଞ୍ଜ ଜିଲ୍ଲା ବଡ଼ ଚମ୍ପାଉଦାର ନୁଦୁରାମ ସୋରେନ। ପୂର୍ବ ଲଦାଖର ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷ କରି ଦେଶ ଲାଗି ହୋଇଛନ୍ତି ସହିଦ। ସେଦିନ ନୁଦୁରାମଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହେଉଥିବା ବେଳେ ସମସ୍ତଙ୍କ ମୁହଁରୁ ଶୁଭୁଥିଲା ସହିଦଙ୍କ ଜୟ ଜୟକାର। ଆଜକୁ ୬ ମାସ ବିତି ଯାଇଥିଲେ ବି ନୁଦୁରାମ ଅମର ବୋଲି କହେ ନିଜର ଜନ୍ମମାଟି।

ମକର ଆସିଲେ ଚାକିରିରୁ ଛୁଟି ନେଇ ଘରକୁ ଫେରିଥାନ୍ତି ନୁଦୁରାମ। ପରିବାର ସହ ମିଶି ବେଶ ହସଖୁସିରେ ଏହି ମହାନ ଗଣପର୍ବକୁ ପାଳନ କରିଥାନ୍ତି। ହେଲେ ଏଥର ମକରରେ ତାଙ୍କ ଅନୁପସ୍ଥିତି ଅନୁଭବ କରିଛି ପୂରା ପରିବାର। ପତ୍ନୀ ଲକ୍ଷ୍ମୀମଣୀ ସହିଦ ସ୍ୱାମୀଙ୍କ ପାଇଁ ଗର୍ବ କରୁଥିବା ବେଳେ ତାଙ୍କ ନାଁ ଶୁଣିଲେ ଆଖିରୁ ଝରାଉଛନ୍ତି ଲୁହ।

ପତ୍ନୀ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଯାହା ସହାୟତା ମିଳିବା କଥା ତାହା ମିଳିସାରିଛି। ପ୍ରତି ବର୍ଷ ମକରରେ ସେ ଘରକୁ ଆସନ୍ତି। କିନ୍ତୁ ଚଳିତ ଥର ଖାଲିଖାଲି ଲାଗୁଛି ଘର। ପ୍ରତି ମୁହୂର୍ତ୍ତରେ ସ୍ୱାମୀଙ୍କ କଥା ମନେ ପଡୁଛି। ପିଲାମାନଙ୍କୁ କେମିତି ବଡ ମଣିଷ କରିବି ତାହା ହିଁ ଏବେ ମୁଖ୍ୟ ଚିନ୍ତା। ସେପଟେ ବାପାଙ୍କୁ ମନେ ପକାଉଛି ଝିଅ। କହିଛନ୍ତି ମକରରେ ଆସନ୍ତି, କିନ୍ତୁ ଏଥର ଆସିବେ ନାହିଁ। ପାଠ ପଢି ଇଞ୍ଜିନିୟର ହେବି ଆଉ ବାପାଙ୍କ ନାଁ ରଖିବି ବୋଲି ଝିଅ କହିଛନ୍ତି।

ଜନ୍ମମାଟି ବଡ଼ ଚମ୍ପାଉଦାରୁ ଉଠି ଆସି ଇଚିଣ୍ଡା ଗାଁରେ ଘର କରି ରହୁଛନ୍ତି ନୁଦୁରାମଙ୍କ ପରିବାର। ୩ ଝିଅଙ୍କ ମୁହଁକୁ ଚାହିଁ ଏବେ ଦିନ କାଟୁଛନ୍ତି ପତ୍ନୀ ଲକ୍ଷ୍ମୀମଣୀ। ସେମାନଙ୍କୁ କେମିତି ଭଲ ପାଠ ପଢାଇ ଭଲ ମଣିଷ କରିବେ ସେଥିରେ ଲାଗି ପଡିଛନ୍ତି। ବଡ ଝିଅଟି ନବମରେ ପଢୁଥିବା ବେଳେ ଅନ୍ୟ ଜଣେ ଷଷ୍ଠ ଓ ସାନ ଝିଅଟି ପାଠ ଆରମ୍ଭ କରୁଛି। ବଡ଼ ଝିଅ ଇଂଜିନିୟର ହେବା ପାଇଁ ଆଶା ରଖିଛନ୍ତି।

ଆହୁରି ପଢନ୍ତୁ :

“ସୁଯୋଗ ମିଳିଲେ ପାକିସ୍ତାନ ସହ ଲଢ଼େଇ କରିବି “

ସହିଦ ନୁଦୁରାମ ସୋରେନଙ୍କ ପରିବାରକୁ ରାଜ୍ୟ ସରକାର ୨୫ ଲକ୍ଷ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ୩୦ ଲକ୍ଷ ଓ ବିହାର ରେଜିମେଣ୍ଟ ପକ୍ଷରୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆସନ୍ତା ଫେବୃଆରୀ ୧୦ ତାରିଖରେ ସେନା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ତାଙ୍କ ପରିବାରକୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ବି ରହିଛି।

He-always-come-in-makar-sankranti
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories