କେରଳ ବନ୍ୟା ପୀଡ଼ିତଙ୍କ ଲାଗି ସହାୟତା

ବାଣୀବିହାର ଛକରେ ଖୋଲିଲା ସହାୟତା କେନ୍ଦ୍ର

ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ସହାୟତା ଲାଗି ଅାଜି କେରଳ ସୋସାଇଟି ପକ୍ଷରୁ ଭୁବନେଶ୍ୱର ବାଣୀବିହାର ଛକରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି। ଯେଉଁଠି କେରଳ ପୀଡ଼ିତଙ୍କୁ ସହାୟତା ପାଇଁ ଲୋକେ ଅାର୍ଥିକ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି।

ଏହି କେନ୍ଦ୍ର ସହାୟତାରେ ଲୋକେ ଅନ୍‌ଲାଇନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଅର୍ଥ ଦେଇପାରିବେ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ଏହାସହ ଏକ ସଚେତନତା ଭ୍ୟାନ୍‌କୁ ଉଦ୍‌ଘାଟନ କରାଯାଇଛି। ଏହା ରାଜଧାନୀରେ ବୁଲି ଲୋକଙ୍କୁ ସଚେତନ କରିବ।  ଏହି କେନ୍ଦ୍ରକୁ ମେୟର ଅନନ୍ତ ନାରାୟଣ ଜେନା ଉଦ୍‌ଘାଟନ କରିଛନ୍ତି।  ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ମଧ୍ୟ ଯୋଗଦେଇଥିଲେ।

You might also like