• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକ: ଜୁନ୍ ୨୩ରେ ପଡ଼ୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବିଳମ୍ବରେ ହେଲେ ବି ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ହେବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ରଥ କାମ ଯଦି ଠିକ ସମୟରେ ନ ସରିବ ସବୁ ଆଶା ମଉଳିଯିବ। ତେଣୁ  ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । କରୋନା ସଂକଟ ପାଇଁ ଏ ବର୍ଷ ରଥ ନିର୍ମାଣ କାମ ଡେରିରେ ଆରମ୍ଭ ହୋଇଛି । ତେଣୁ ରଥ ନିର୍ମାଣକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି ଆସନ୍ତା ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ସଂପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଜୋରସୋରରେ ରଥ ନିର୍ମାଣ କାମ ଚାଲିଛି ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ଏହା ଶେଷ ହୋଇଯିବ ବୋଲି କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ।

ସୂଚନାଥାଉ କି, ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ହେବାର ନିୟମ ଥିଲେ ମଧ୍ୟ ଚଳିତବର୍ଷ କାମ ଆରମ୍ଭ ହୋଇ ପାରି ନ ଥିଲା।    ୧୩ ଦିନ ବିଳମ୍ବରେ ଅର୍ଥାତ ଗତ ୮ ତାରିଖ ରଥ ନିର୍ମାଣ କାମ ଆରମ୍ଭ ହୋଇଛି । କରୋନା କଟକଣା ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କାମ ଆଗେଇ ଚାଲିଛି ।

 

 

Hc-orders-to-complete-ratha-construction-work-upto-june-22
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories