ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଜଣାଅ: ହାଇକୋର୍ଟ

କଟକ: ହାଇକୋର୍ଟରେ ପୁରୀ ରଥଯାତ୍ରା ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି। ରଥ ନିର୍ମାଣ ଅଗ୍ରଗତି ସଂପର୍କରେ ଜଣାଇବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରଥଯାତ୍ରା ବନ୍ଦ କରିବାକୁ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଆସନ୍ତା ୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ଏହି ମାମଲାକୁ ବିରୋଧ କରି ଦୁଇଟି ଇଣ୍ଟରଭିନିଂ ପିଟିସନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି।

ପ୍ରକାଶଥାଉକି, ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେଇଥିଲା। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଥିଲା।

ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟ ପରାମର୍ଶ ଦେଇଥିଲା। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରାଳୟ କହିଥିଲା।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like