କଟକ: ଲକ୍ଡାଉନ୍ ଅବଧି ଆଉ ୨ ସପ୍ତାହ ବଢିବା ପରେ ଏନେଇ ଜୋନ୍ ଅନୁସାରେ କୋର୍ଟ କାର୍ଯ୍ୟର ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ। ହାଇକୋର୍ଟ ସମେତ ବିଭିନ୍ନ ଜୋନରେ ତଳକୋର୍ଟ ଖୋଲିବା ନେଇ ସମୟ ନିର୍ଘଣ୍ଟ କଲେ ହାଇକୋର୍ଟ।
ରେଡ୍ ଜୋନ୍ରେ ଘଣ୍ଟାଏ ଏବଂ ଅରେଞ୍ଜ ଜୋନ୍ରେ ୨ ଘଣ୍ଟା ଲେଖାଏଁ ଖୋଲିବ ତଳକୋର୍ଟ। ସେହିପରି ଗ୍ରୀନ୍ ଜୋନ୍ରେ ସର୍ବାଧିକ ଅଢ଼େଇ ଘଣ୍ଟା ଯାଏଁ ତଳକୋର୍ଟ ଚାଲିବ ବୋଲି ହାଇକୋର୍ଟ କହିଛନ୍ତି।
ହାଇକୋର୍ଟର ସମସ୍ତ କାର୍ଯ୍ୟ ଦିବସରେ ୫ଟି ଜଣିକିଆ ଖଣ୍ଡପୀଠ କାମ କରିବାକୁ କୋର୍ଟ ନିଷ୍ପତ୍ତି ନେଇଥିବା ବେଳେ କେବଳ ମଙ୍ଗଳବାର ଓ ଗୁରୁବାର ୨ଟି ଡିଭିଜନ୍ ବେଞ୍ଚ କାମ କରିବା ନେଇ କୋର୍ଟ କହିଛନ୍ତି।
ପ୍ରକାଶଥାଉକି, ରେଡ୍ ଜୋନ୍ରେ ରାଜ୍ୟର ୩ଟି ଜିଲ୍ଲା ସହିତ ଗୋଟିଏ ପୌର ନିଗମ ସାମିଲ ହୋଇଛି। ସେଗୁଡିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ଭୁବନେଶ୍ୱର ପୌର ନିଗମ। ତେବେ ଅରେଞ୍ଜ ଜୋନ୍ରେ ଖୋର୍ଦ୍ଧା ଜିଲ୍ଲା ଥିଲେ ବି ଭୁବନେଶ୍ୱରକୁ ରେଡ୍ ଜୋନ୍ରେ ରଖାଯାଇଛି। ରାଜ୍ୟର ୧୬ଟି ଜିଲ୍ଲାକୁ ଗ୍ରୀନ୍ ଜୋନ୍ରେ ଅନ୍ତର୍ଭୁକ୍ତ କରାଯାଇଛି।