ବିଧାନସଭାରେ ଉଠିଲା ହାଥରସ୍‌ ପ୍ରସଙ୍ଗ; କଂଗ୍ରେସର ନାରାବାଜି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନରେ ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ପ୍ରସଙ୍ଗ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯାଇଛି ଓ ଗିରଫ କରାଯାଇଛି। ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି ବୋଲି ପ୍ରଶ୍ନ କରି କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିଧାନସଭାରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ ବିଧାୟକ । ଯୋଗୀ ମୋଦି ହାଏ ହାଏ…ବୋଲି ସ୍ଲୋଗାନ ଦେଇଥିଲେ । ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ।

ବାଚସ୍ପତି ଗୃହକୁ ଦିନ ୧୦ଟା ୪୦ରୁ ୧୫ ମିନିଟ ପାଇଁ ମୁଲତବୀ କରିଥିଲେ। ଏହାପରେ ପୁଣିଥରେ କଂଗ୍ରେସ ବିଧାୟକ ହୋହଲ୍ଲା କରିବାରୁ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ କରିଛନ୍ତି ବାଚସ୍ପତି ।

You might also like