ହାର୍ଡକୋର୍‌ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ପିଏଲ୍‌ଜିଏ ସପ୍ତାହ ଚାଲିଥିବା ବେଳେ ନକ୍ସଲଙ୍କୁ ଶକ୍ତ ଧକ୍କା ଲାଗିଛି। ଜଣେ ମହିଳା ହାର୍ଡକୋର୍‌ ନକ୍ସଲ ସଂଗଠନର ହାତ ଛାଡ଼ିଛନ୍ତି।

ଆଜି ମାଲକାନଗିରି ଏସ୍‌ପିଙ୍କ ନିକଟରେ ହାର୍ଡକୋର୍‌ ମହିଳା ନକ୍ସଲ ଇଡ଼େ ମାଡ଼ି ଆତ୍ମସମର୍ପଣ କରିଛନ୍ତି। ୨୦୧୪ ମସିହାରୁ ସେ ନକ୍ସଲ ସଂଗଠନରେ ଯୋଗ ଦେଇଥିଲେ।

ପୁଲିସ୍‌ ଉପରେ ଆକ୍ରମଣ, ହତ୍ୟା ଭଳି ବିଭିନ୍ନ ମାମଲାରେ ସେ ମୋଷ୍ଟ ୱାଣ୍ଟେଡ୍‌ ଥିଲେ। ତାଙ୍କ ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା।  ତେବେ ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ତାଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳିବ ବୋଲି ମାଲକାନଗିରି ଏସ୍‌ପି ଜଗମୋହନ ମୀନା କହିଛନ୍ତି।

You might also like