ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର୍

ସମ୍ବଲପୁର: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍‌କୁ ଏନ୍‌କାଉଣ୍ଟର  କଲା ପୁଲିସ। ତ୍ରିଦେବର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ସଦର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଧନୁପାଲି ପୁଲିସ ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଶି ଏହି କୁଲୁଥକାନି-ଧନକଉଡ଼ା ରାସ୍ତାରେ ଏନ୍‌କାଉଣ୍ଟର କରିଥିଲେ। ଏଥିରେ ତ୍ରିଦେବର ସହଯୋଗୀ ଦୀପକ ମଣ୍ଡଳ ସହ ଜଣେ ନାବାଳକ ଅଟକ ରଖିଛି ପୁଲିସ୍।

ଏଥିସହିତ ତ୍ରିଦେବ ପାଖରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ସହିତ ଟଙ୍କା, ସୁନା ଚେନ୍ ଜବତ କରାଯାଇଛି। ତ୍ରିଦେବ କୁଖ୍ୟାତ ଅପରାଧୀ। ତା ନାଁରେ ୮ରୁ ଅଧିକ ଅପରାଧିକ ମାମଲା ରହିଛି।

You might also like