ବର୍ଷା ହେଲେ ବସ୍ତିରେ ଚିନ୍ତା, ବାରମ୍ବାର ପ୍ରତିଶ୍ରୁତି ପରେ ବି କରାଯାଉନି ଥଇଥାନ

ବ୍ରହ୍ମପୁର: ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି ବ୍ରହ୍ମପୁର ହରଡ଼ାଖଣ୍ଡିର ଉତ୍ତରମୁଖୀ ବସ୍ତି ଅଞ୍ଚଳ। ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ବି ଏମାନଙ୍କର ଥଇଥାନ ପାଇଁ ଏଯାଏଁ ଠୋସ୍ ପଦକ୍ଷେପ ନିଆଯାଇନାହିଁ। ବର୍ଷା ଆସିଲେ ବସ୍ତି ବାସିନ୍ଦାଙ୍କ ମନରେ ଛନକା ପସିଯାଏ। ଆଗକୁ ପ୍ରବଳ ବର୍ଷାର ପୂର୍ବାନୂମାନ କରାଯାଇଥିବା ବେଳେ ଏବେ ବସ୍ତି ବାସିନ୍ଦା ଚିନ୍ତାରେ।

ସେପଟେ ବର୍ଷା ଆସିଲେ ଏଠାକାର ଲୋକମାନେ ନାଳ ନାହିଁ ପାଣି ଆସି ଘରଦ୍ୱାର ଭାଙ୍ଗୁଛି ବୋଲି କହିଛନ୍ତି।

କିଛି ଲୋକ ବର୍ଷା ହେଲେ ପାଣି ପାଇଁ ତାଙ୍କୁ ବହୁଦୂର ଚାଲିକି ଯିବାକୁ ପଡୁଛି। ସରକାର ସେହି ଅଞ୍ଚଳର କିଛି ଲୋକଙ୍କୁ ବାହାରେ ଆପାର୍ଟମେଣ୍ଟ ଦେଇଥିଲେ ମଧ୍ୟ ସେମାନେ କିନ୍ତୁ ତାଙ୍କ ନିଜ ଅଞ୍ଚଳ ଛାଡି ଯିବେନି। ଯଦି ସରକାରଙ୍କୁ ଘର କରିବାର ଅଛି ସେହି ବସ୍ତିରେ କରନ୍ତୁ ବୋଲି କହିଛନ୍ତି।

You might also like