ଝିଅ, ଜ୍ୱାଇଁଙ୍କ ପରେ ମୁହଁ ଖୋଲିଲେ ପ୍ରଦୀପ ମହାରଥୀଙ୍କ ପତ୍ନୀ

ପିପିଲି: ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କରିଛି। ପୁଅ ରୁଦ୍ରଙ୍କୁ ବିଜେଡି ଟିକେଟ୍ ମିଳିବା ପରେ ବି ମହାରଥୀ ପରିବାରରେ ଆସିପାରୁନି କି ସହମତି ? ଟିକେଟ୍ ନପାଇ ମନ ଊଣା କରିଛନ୍ତି କି ମା’ ପ୍ରତିଭା ମହାରଥୀ ? ପୁଅକୁ ଯୋଦ୍ଧା କରାଯିବାରୁ ଦଳ ଉପରେ ମାନ କରିଛନ୍ତି କି ମା ? ଏଭଳି ଅନେକ କଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏସବୁଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମହାରଥୀଙ୍କ ପରିବାର। ‘ମନଉଣା’ ଚର୍ଚ୍ଚା ଉପରେ ପ୍ରଥମେ ପ୍ରଦୀପ ମହାରଥୀଙ୍କ ଝିଅ ଓ ଜ୍ୱାଇଁ ପୂର୍ଣ୍ଣଚ୍ଛେଦ ପକାଇଥିବା ବେଳେ ଏବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପିପିଲିରୁ ପୁଅ ରୁଦ୍ରଙ୍କୁ ଟିକେଟ୍ ମିଳିବା ପରେ ମୁହଁ ଖୋଲିଛନ୍ତି ପ୍ରତିଭା।

Pradeep Maharathy

ପ୍ରତିଭା କହିଛନ୍ତି, ‘ରୁଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଓ ଆମ ପରିବାରକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଏହାଠୁ ବଡ଼ ଖୁସି ଖବର ଆଉ କିଛି ନାହିଁ। ରୁଦ୍ରଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ମୁଁ ସବୁଠୁ ଅଧିକା ଖୁସି। ମୋର ଆଶୀର୍ବାଦ ପୁଅ ଉପରେ ରହିଛି।’

rudra maharathy

ଗତକାଲି ପ୍ରତିଭା, ପୁଅ ରୁଦ୍ର ଏବଂ ଝିଅ ପଲ୍ଲବୀଙ୍କ ସହ ବିଜେଡିର ବରିଷ୍ଠ ନେତା ଆଲୋଚନା କରିଥିଲେ। ଏହାପରେ ଏହି ପ୍ରତିକ୍ରିୟା ରଖିଛନ୍ତି ପ୍ରତିଭା ମହାରଥୀ। ପିପିଲିରୁ ଏଥର ବିଜେଡି ଟିକେଟ୍ ପାଇଁ ପ୍ରତିଭା ମହାରଥୀ ଓ ରୁଦ୍ରଙ୍କ ନାଁକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ରୁଦ୍ରଙ୍କୁ ଦଳ ପ୍ରାର୍ଥୀ ଘୋଷଣା ପରେ ପ୍ରତିଭା ଏଥିରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ଏପରିକି ବିଜେଡି ନେତା ମାନଭଞ୍ଜନ ପାଇଁ ବି ପ୍ରୟାସ କରିଥିଲେ। ହେଲେ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମହାରଥୀଙ୍କ ପରିବାର।

rudra maharathy

 

You might also like