ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ !

ବଲାଙ୍ଗିର: ଆମ୍ୱ ଗଛରେ ସଙ୍କଟମୋଚନ ହନୁମାନ। ବିଶ୍ୱାସ ହେଉନଥିଲେ ବି ସତ ! ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୁଗୁଡିଖାଲ ଛକ ଠାରେ ଏକ ଆମ୍ୱ ଗଛର ତଳ ଭାଗରେ ହନୁମାନଙ୍କ ମୁହଁ ଆକୃତି ଦେଖିବାକୁ ମିଲିଛି। ଏହା ଦେଖିବା ପରେ ସେଠାରେ ଲୋକେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି।

ରୁଗୁଡିଖାଲ ଛକରେ ଗତ ୨୫ ତାରିଖରୁ ରାମାୟଣ ପାଠ କରାଯାଉଛି । ଏଭଳି ସମୟରେ ନିକଟରେ ଥିବା ଆମ୍ବ ଗଛରେ ସଂକଟ ମୋଚନ ହନୁମାନକଂ ଆକୃତି ଦେଖିବାକୁ ପାଇଥିଲେ ଜଣେ ଭକ୍ତ।

ଏହା ପରେ ସେ ସ୍ଥାନରେ ଭକ୍ତମାନେ ପୂଜାପାଠ ଆରମ୍ଭ କରି ଦେଇଛନ୍ତି।  ଆମ୍ବ ଗଛରେ ହନୁମାନଙ୍କୁ ଦେଖିବା ପାଇଁ ଆଖପାଖର ବହୁସଂଖ୍ୟକ ଭକ୍ତଙ୍କ  ସୁଅ ଛୁଟୁଛି। ଭକ୍ତି ଓ ବିଶ୍ୱାସ ଆଗରେ ଭଗବାନ ପାଲଟି ଯାଇଛି ଆମ୍ବଗଛ।

You might also like