ରାଜଧାନୀରେ ନକଲି ହ୍ୟାଣ୍ଡଓ୍ୱାଶ୍ ଓ ସାନିଟାଇଜର କମ୍ପାନୀ
ଭୁବନେଶ୍ୱର: ବଜାରରେ ହ୍ୟାଣ୍ଡୱାଶ୍ ଓ ସାନିଟାଇଜରର ଚାହିଦା ବଢୁଥିବାବେଳେ ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ରାଜଧାନୀର ଝାରପଡ଼ା ଅଞ୍ଚଳରେ ଚାଲିଥିଲା ନକଲି ହ୍ୟାଣ୍ଡଓ୍ୱାଶ୍ ଓ ସାନିଟାଇଜର ପ୍ରସ୍ତୁତି। ଖବର ପାଇ ଗତକାଲି ଡ୍ରଗ୍ ଇନସପେକ୍ଟର ଚଢ଼ଉ କରିଥିଲେ। ଚଢାଉବେଳେ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି।
ଝାରପଡ଼ା ଅଞ୍ଚଳରେ ବିନା ଲାଇସେନ୍ସରେ ଏହି ହ୍ୟାଣ୍ଡଓ୍ୱାସ୍ କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ଚଢ଼ଉ କରିଥିଲେ ଡ୍ରଗ୍ ଇନ୍ସପେକ୍ଟର । ଏଠାରେ ବିପୁଳ ପରିମାଣର ନିମ୍ନ ମାନର ହ୍ୟାଣ୍ଡଓ୍ୱାସ୍ ଓ ସାନି ଟାଇଜର ଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ପାଖାପାଖି ୩ଲକ୍ଷ ଟଙ୍କାର ଭେଜାଲ ସାମଗ୍ରୀ ଜବତ ହୋଇଥିବାବେଳେ ସାନିଟାଇଜର ପ୍ରସ୍ତୁତକାରୀ ଏସ୍.ଏସ୍. ଇଣ୍ଡଷ୍ଟ୍ରିକୁ ସିଲ୍ କରାଯାଇଛି।
ଏହାର ମାଲିକଙ୍କ ବିରୋଧରେ ଡ୍ରଗ୍ସ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହୋଇଛି।