ଜେଲ ଅନ୍ତେବାସୀଙ୍କ ନିର୍ମିତ ହସ୍ତତନ୍ତକୁ ମିଳିଲା ହ୍ୟାଣ୍ଡଲୁମ୍ ମାର୍କ

ସମ୍ବଲପୁର  : ସମ୍ବଲପୁର ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ସାମଗ୍ରୀକୁ ହ୍ୟାଣ୍ଡଲୁମ୍ ମାର୍କ ମିଳିଛି।  ଏହା ଫଳରେ ଜେଲର ଅନ୍ତେବାସୀଙ୍କ ଦ୍ୱାରା ନିର୍ମିତ ସାମଗ୍ରୀକୁ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହୋଇପାରିବ। ପୂର୍ବରୁ ଜେଲ ପରିସରରେ ଜେଲ ଅନ୍ତେବାସୀଙ୍କ ନିର୍ମିତ ସାମଗ୍ରୀ ବିକ୍ରି ହେଉଥିବା ବେଳେ ଏବେ ଏହାର ବଜାର ଆହୁରି ବ୍ୟାପକ ହେବ।

ଓରମାସ ସହାୟତାରେ ଏହାକୁ ବାହାରକୁ ପଠାଯିବ। ଏହାଦ୍ୱାରା ଅନ୍ତେବାସୀ ମାନେ କିଛି ଅର୍ଥ ରୋଜଗାର କରିବା ସହ ଜିନିଷ ଉତ୍ପାଦନ ପ୍ରତି ସେମାନଙ୍କର ଆଗ୍ରହ ବଢିବ ବୋଲି ବୋଲି ଜେଲ ସୁପରିଟେଣ୍ଡେଣ୍ଟ କହିଛନ୍ତି।

 

You might also like