• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବାଲୁଗାଁ : ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମର ନା ଅଛି ଭାଷା ନା ଥାଏ ସୀମା।  ଦୁଇଟି ହୃଦୟ ଯୋଡ଼ିବା ପାଇଁ ବାକ୍ୟ ବିନିମୟ ଯେ ଆବଶ୍ୟକ ତାହା ନୁହେଁ, ପ୍ରେମ ପାଇଁ ହୃଦୟର ଭାଷା ହିଁ ଯଥେଷ୍ଟ। ଏମିତି ହୃଦୟର ଭାଷାକୁ ବୁଝି ଏକାଠି ହୋଇଛନ୍ତି ୨ ଜଣ ଦିବ୍ୟାଙ୍ଗ।

ଦୁଇ ଜଣଙ୍କ ପ୍ରେମ ଏବେ ନେଇଛି ବିବାହର ରୂପ। ବୈଦିକ ରୀତିନୀତିରେ ଚାଲିଛି ବିବାହ। ହୁଳହୁଳି ସହ ମନ୍ତ୍ର ଉଚ୍ଚାରଣରେ ଫାଟିପଡୁଛି ପରିବେଶ। ହେଲେ ବିବାହ ବେଦୀରେ ବସିଥିବା ଦୁଇ ଜଣ ହେଉଛନ୍ତି ଦିବ୍ୟାଙ୍ଗ। ପିଲା ଦିନୁ କଥା କହି ପାରନ୍ତିନି। ଏମିତିକି ଦୁଇ ଜଣଙ୍କୁ କିଛି ଶୁଣା ବି ଯାଏନି।

ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ତେନ୍ତୁଳିଡିହ ଗାଁର ରଶ୍ମିତା ଏବଂ ଗଞ୍ଜାମ ଜିଲ୍ଲା ପୋଲସରା ବନ୍ତପାଲି ଗାଁର ରତ୍ନାକରଙ୍କ ବିବାହ ଅନୁଷ୍ଠିତ ହୋଇଛି।  ପ୍ରଥମେ ପ୍ରେମ ଏବଂ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ନବଦମ୍ପତି। ୨ ଜଣ ଦିବ୍ୟାଙ୍ଗ ଥିଲେ ମଧ୍ୟ ଅଳ୍ପ କିଛି ମାସରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଏହା ବିବାହରେ ପରିଣତ ହୋଇଛି।

ରଶ୍ମିତା ଓ ରତ୍ନାକରଙ୍କ ବିବାହ ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଖୁସିର ମାହୋଲ। ବାହାଘରରେ ଉଭୟଙ୍କ ପରିବାର, ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀ ଉପସ୍ଥିତ ରହିଥିଲେ। ବିବାହ ପରେ ଭୋଜିଭାତର ମଜା ନେଇଥିଲେ ଅତିଥି।

ଏହାସହ ମଧ୍ୟ ପଢ଼ନ୍ତୁ : ନିଆରା ବାହାଘର ; ସାତ ଜନମର ସାଥୀ ହେଲେ ସୁଧାଂଶୁ-ସୁଚିତ୍ରା

Handicap-couples-marriage-in-balugaon-area
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories