• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ବ୍ରହ୍ମପୁର: ଜୀବନ୍ତ ଜଳିଗଲେ ବ୍ରହ୍ମପୁର ସହର ଲୋଚାପଡ଼ା ସ୍ଥିତ ସେବା ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲୋଚାପଡ଼ା ସ୍ଥିତ ସେବା ସମିତି ଲିମିଟେଡର ଡିପୋଜିଟ୍ କାଉଣ୍ଟରରେ ସମ୍ପାଦକ ଜଗନ୍ନାଥ ପାତ୍ର ବସିଥିଲେ। ଅପରାହ୍ନ ପ୍ରାୟ ୨ଟା ବେଳେ ସେ ଏକା ଅଫିସ୍‌ରେ ଥିଲେ। ଅନ୍ୟ କର୍ମଚାରୀମାନେ ଲଞ୍ଚ କରିବାକୁ ଯାଇଥିଲେ। ଏହି ସମୟରେ ଅଫିସ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ସମବାୟ ସମିତି କର୍ମଚାରୀ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଉ ଡିପୋଜିଟ୍ କାଉଣ୍ଟରରୁ ଜଗନ୍ନାଥ ପାତ୍ରଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ସାଇଣ୍ଟିଫିକ୍‌ ଟିମ୍‌ ମାଧ୍ୟମରେ ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Half-burnt-dead-body-of-secretary-of-cooperative-society-in-lochapada-under-sadar-police-limits-in-berhampur-recovered-from-inside-office
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories