ଲୋମଶ ଶିଶୁକୁ ନେଇ ଚର୍ଚ୍ଚା
ଶିଶୁଟିର ମୁହଁ ଓ ଶରୀରରେ ଭରି ରହିଛି ଲୋମ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡା ପଞ୍ଚାୟତରେ ଲୋମଶ ଶିଶୁକୁ ନେଇ ଚର୍ଚ୍ଚା। ଶିଶୁଟିର ଡାହାଣ ପଟ ମୁହଁ ଓ ଶରୀରରେ ବିଭିନ୍ନ ସ୍ଥାନରେ ଲୋମ ବଢୁଥିବା ଦେଖିବାକୁ ମିଳିଛି। ଲୋମଶ ଶିଶୁର ମାଂସଳ ବଥ ଥାଇ ଅଦ୍ଭୁତ ଦେଖାଯାଉଥିବା ଶିଶୁକୁ ବ୍ରହ୍ମପୁର ମେଡିକାଲକୁ ଅଣାଯାଇଛି।
ଶିଶୁଟିକୁ ଚିକିତ୍ସା ଲାଗି ପରିବାର ଲୋକେ ବ୍ରହ୍ମପୁର ଏମ୍କେସିଜିକୁ ଅାଣିଛନ୍ତି। ୫ ବର୍ଷୀୟ ଏହି ଶିଶୁର ମୁହଁର ଡାହାଣ ଭାଗରେ ମୁଣ୍ଡରୁ ପାଦ ଯାଏ ଲୋମ ଉଠିବା ସହ ଶରୀରର ବିଭିନ୍ନ ସ୍ଥାନରେ ମାଂସ ପିଣ୍ଡୁଳା ବଢି ରହିଛି।