୧୪ ଦିନରେ ୧୮ ଶହ କିମି ସାଇକେଲିଂ କରି ଫେରିଲେ ଯୁବକ

ଗଞ୍ଜାମ: ସାଇକେଲ୍‌ରେ ସୁରତରୁ ଓଡ଼ିଶା ଫେରିଲେ ଯୁବକ। ୧୪ ଦିନର ଯାତ୍ରା ପରେ ୧୮ ଶହ କିଲୋମିଟର ଅତିକ୍ରମ କରି ନିଜ ଗାଁରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲାର କିଛି ଯୁବକ। ଏହି ଯୁହକମାନେ ହେଲେ ଗଂଜାମ ବୁଗୁଡ଼ା ବିଷ୍ଣୁଚକ୍ର ଗାଁର ପିଣ୍ଟୁ ସ୍ୱାଇଁ, ଡୁଙ୍କାପଡ଼ା ଗାଁର ବାବୁଲି ବେହେରା ଓ ବାଲିଛାଇ ଗାଁର କର୍ପୁର ନାହାକ। ଏହି ୩ ଯୁବକ ସାଇକେଲରେ ସୁରତରୁ ଗାଁକୁ ଫେରିଛନ୍ତି।

ଲକ୍‌ଡାଉନ୍ ପରେ କାମ ବନ୍ଦ ହୋଇଯିବାରୁ ସୁରତରେ ନାନା ଅସୁବିଧା ଭୋଗୁଥିଲେ ଶ୍ରମିକମାନେ। ଏପରିକି ଦୁଇ ଓଳି ଦୁଇମୁଠା ଖାଇବାକୁ ମଧ୍ୟ ପାଉନଥିଲେ। ଶେଷରେ ଭୋକ ଉପାସରେ ବାଧ୍ୟ ହୋଇ ସାଇକେଲରେ ଗାଁକୁ ଆସିବାକୁ ସ୍ଥିର କରିଥିଲେ।

 

You might also like