ମାଲକାନଗିରି: ଆଜି ଉଦ୍ଘାଟନ ହେବ ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ଗତକାଲି ସେଠାକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ। ଜିଲ୍ଲାପାଳ ଓ ଏସ୍ପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି।
ମାଓ ପ୍ରଭାବିତ ବିଚ୍ଛିନ୍ନାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୬ ବାଟାଲିୟନ୍ ସୁରକ୍ଷା ବାହିନୀ ଓ ବ୍ଲାକ୍ କ୍ୟାଟ୍ କମାଣ୍ଡୋ ମୁତୟନ କରାଯାଇଥିବା ଏସ୍ପି କହିଛନ୍ତି।