ଆସନ୍ତାକାଲି ଉଦ୍‌ଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି: ଆସନ୍ତାକାଲି ଉଦ୍‌ଘାଟିତ ହେବ ମାଲକାନଗିରି ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ। ଏହାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାକୁ ଥିବାବେଳେ ଆଜି ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେତୁ ସାଜସଜ୍ଜା, ବ୍ୟାରିକେଡ୍ ଓ ହେଲିପେଡ୍ ନିର୍ମାଣ ସରିଛି।

ନିଜେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଭାଗୀୟ ସଚିବ ନଳିନୀ ପ୍ରଧାନ ସେଠାକୁ ଯାଇ ଏହାର ତଦାରଖ କରିଛନ୍ତି। ଜିଲ୍ଲାପାଳ ଓ ଏସ୍‌ପି ମଧ୍ୟ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୬ ବାଟାଲିୟନ୍ ସୁରକ୍ଷା ବାହିନୀ ଓ ବ୍ଲାକ୍ କ୍ୟାଟ୍ କମାଣ୍ଡୋ ସେଠାରେ ମୁତୟନ ହୋଇଛନ୍ତି ବୋଲି ଏସ୍‌ପି କହିଛନ୍ତି।

You might also like