ଋଣ ବାବଦରେ ହଡପ୍ ହୋଇଛି ଲକ୍ଷ ଲକ୍ଷ ଟଙ୍କା, ଦୁର୍ନୀତିରେ ମନ୍ତ୍ରୀଙ୍କ ଭାଇ ?

କଟକ:  ଜମି ବୋଲି ତାଙ୍କର ଜମାରୁ ୫ ଗୁଣ୍ଠ ହେଲେ ଏ ବୟସରେ ସେ ଜଣେ ପୋଖତ ଚାଷୀ। ଆଉ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୧୮ ମସିହାରେ କଟକ ଜିଲ୍ଲା ଗୁରୁଡିଝାଟିଆ ସେବା ସମୟବାୟ ସମିତିରୁ ଥର ଥର କରି କୃଷି ଋଣ ବାବଦରେ ଆସିଛି ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା। ଆଶ୍ଚର୍ଯ୍ୟର କଥା ଟଙ୍କା ଯେଉଁ ଯେଉଁ ଦିନ ଆସିଛି, ଠିକ୍ ତା ପରେ ପରେ ଚଟାପଟ୍ ପି.ଆର୍.ପରିଡ଼ା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି।

ଠିକ୍ ସେମିତି ଆଉ ଦୁଇ ଜଣ ହେଲେ, ସଂଜୟ କୁମାର ସାହୁ ଓ ପ୍ରଦୀପ୍ତ କୁମାର ରାଉତ। ଏମାନଙ୍କ ନାଁରେ ବି ଏଇଠୁ ଋଣ ବାବଦରେ ହଡପ୍ ହୋଇଛି ହଜାର ହଜାର ଟଙ୍କା। ଠକେଇର ତାଲିକା ଏତେ ଲମ୍ବା ଯେ, ବଖାଣିବାକୁ ବେଳ ନାହିଁ। କାହାକୁ ସାର ମିଳିବ ତ କାହାକୁ ଫସଲ ଋଣ ମିଳିବ କହି ଚେକ୍‌ରେ ଆଗୁଆ ଦସ୍ତଖତ ନିଆଯାଇଛି ଓ ସୁତୁରେ ସୁତୁରେ ଟଙ୍କା ହଡପ୍ ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଆଗୁଆ ବ୍ୟାଙ୍କ ପାସ୍ ବୁକ୍ ନେଇଥିବା ସେବା ସମବାୟ ସମିତିର ବାବୁମାନେ ବି ବର୍ଷ ବର୍ଷ ଧରି ଧରାଛୁଆଁ ନଦେବାରୁ ହିତାଧିକାରୀଙ୍କ ସନ୍ଦେହ ହୋଇଥିଲା।

ପରେ ସେମାନେ ଆଠଗଡ଼ ସମବାୟ ବ୍ୟାଙ୍କରୁ ଡୁପ୍ଲିକେଟ୍ ପାସବୁକ୍ ଆଣି ନେଣଦେଣ ଦେଖି ତାଜୁବ୍ ହୋଇଛନ୍ତି। ଅଭିଯୋଗ ଆଣିଛନ୍ତି ସେମାନଙ୍କ ଟଙ୍କା ଯାହା ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ସେ ପି.ଆର୍. ପରିଡ଼ା ନାମକ ବ୍ୟକ୍ତି ଗୁରୁଡିଝାଟିଆ ସୋସାଇଟି ପିଅନ। ଏ ପୁରା ଦୁର୍ନୀତିରେ ସମିତିର ସଂପାଦକ ବିଜୟ ଦାସ ଓ ଖୋଦ୍ ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇ ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ବୀରେନ୍ଦ୍ର ପ୍ରତାପ ସ୍ୱାଇଁ ବି ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ନ୍ୟାୟ ପାଇଁ ସେମାନେ ସମବାୟ ମନ୍ତ୍ରୀଙ୍କୁ ବହୁବାର ଭେଟିବାକୁ ଚାହିଁଛନ୍ତି ହେଲେ ତାଙ୍କ କଥା ସେ କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି। ତେଣୁ ଶେଷରେ ଆନ୍ଦୋଳନ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ବୋଲି କହିଲେଣି ହିତାଧିକାରୀ।

ସେପଟେ ପୁରା ଘଟଣାରେ ଆମେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ତାଙ୍କ ଭାଇ ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ବୀରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ଯୋଗାଯୋଗ ଲାଗି ବିଭିନ୍ନ ଉପାୟରେ ଚେଷ୍ଟା କରିଥଲେ ବି ତାହା ସମ୍ଭବ ହୋଇନି।

ତେଣେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି-କୋଟିଏରୁ ଅଧିକ ଟଙ୍କାର ଋଣ ଜାଲିଆତି କଥା ସାମ୍ନାକୁ ଆସିଛି। କଟକ ଡିଭିଜନ କୋ-ଅପରେଟିଭ୍ ସୋସାଇଟିର ଡେପୁଟି ରେଜିଷ୍ଟ୍ରାର ଏହାର ତଦନ୍ତ କରି ପ୍ରଥମେ ୮୮ଲକ୍ଷ ୧୨ ହଜାର ୪୫୦ ଓ ପରେ ୧୬ଲକ୍ଷ ୧୧ ହଜାର ୧୯୭ ଟଙ୍କା ମିଶାଇ କୋଟିଏ ୪ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ରିପୋର୍ଟ ଦେଇଥିଲେ।

ଏହାପରେ ଆଠଗଡ଼ ଶାଖାର ୪ ଜଣ ଓ ଗୁରୁଡ଼ିଝାଟିଆ ସମବାୟ ସମିତିର ୨ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପୁରା ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁକୁ ଦାୟିତ୍ୱ ଦିଆଯାଇଛି। ଯିଏ ଦୋଷୀ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଏ ମହାଠକେଇର ତଦନ୍ତ କେବେ ସରିବ? ଦୋଷୀ କିଏ ଜଣା ପଡ଼ିବେ? ତାହା ତ ସମୟ ସାପେକ୍ଷ ହେଲେ ଯେଉଁ ଗରିବ ଚାଷୀଙ୍କ ନାଁରେ ହଜାର ହଜାର ଟଙ୍କାର ଋଣ ଉଠିଛି, ସେମାନେ ଏସବୁ ସୁଝିବେ କେମିତି?

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like