ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଠାବ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ସରକାରୀ କ୍ୱାର୍ଟର୍ସରେ ବନ୍ଧୁକ କାରଖାନା ଠାବ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ଜଣେ କର୍ମଚାରୀଙ୍କ ସରକାରୀ ବାସଭବନରେ ଏହି ବନ୍ଧୁକ କାରଖାନା ଠାବ କରାଯାଇଛି।

ଏହି କାରଖାନାରୁ ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବିପୁଳ ପରିମାଣର ବାରୁଦ ଓ ଗୁଳି ପୁଲିସ୍‌ ଜବତ କରିଛି। ଗତକାଲି OUAT କର୍ମଚାରୀଙ୍କ କ୍ୱାର୍ଟର୍ସ ଭିତରୁ ଜୋର୍‌ରେ ଶବ୍ଦ ଶୁଭିବା ପରେ ଏହି ବନ୍ଧୁକ କାରଖାନାର ଗୁମର ଫିଟିଥିଲା। ଏହାପରେ ସଂପୃକ୍ତ କର୍ମଚାରୀଙ୍କୁ ଅଟକ ରଖି ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

 

You might also like