ମାଲକାନଗିରି: ମାଲକାନଗିରି କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ। ମିଳିତ ଅପରେସନ୍ ବେଳେ ଏହି ଅସ୍ତ୍ରଶସ୍ତ୍ର କାରଖାନାକୁ ଠାବ କରିଛି ପୋଲିସ। ମାଲକାନଗିରି BSF ଓ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହାକୁ ଠାବ କରିଥିଲେ।
ଯବାନ ଘଟଣାସ୍ଥଳରୁ ଜୀବନ୍ତ ଗୁଳି, କିଛି ଧାତବ ସାମଗ୍ରୀ, ଲେଦ୍ ମେସିନ୍, ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟ ଯନ୍ତ୍ରପାତି ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
ଜବତ ହୋଇଥିବା ସାମଗ୍ରୀରୁ, ସେଠାରେ ନକ୍ସଲମାନେ ବେଆଇନ ବନ୍ଧୁକ ଓ ଲ୍ୟାଣ୍ଡ୍ ମାଇନ୍ ଆଦି ଦୀର୍ଘ ଦିନ ଧରି ତିଆରି ଏବଂ ମରାମତି କରୁଥିବା ଅନୁମାନ କରାଯାଉଛି। ମାଲକାନଗିରି ପୋଲିସ ପାଇଁ ଏହା ଏକ ବଡ ସଫଳତା। ଜବତ ସାମଗ୍ରୀ ଗୁଡ଼ିକ କାଲିମେଳା ଦଳମ୍ର ବୋଲି ଜଣାପଡ଼ିଛି।