ମାଲକାନଗିରିରେ ମାଓବାଦୀ ପୋଷ୍ଟର

ମାଲକାନଗିରି: ମାଲକାନଗିରିରେ ମାଓବାଦୀ ପୋଷ୍ଟର। ଗୁମ୍ମା ଆଞ୍ଚଳିକ ସିପିଆଇ ମାଓବାଦୀ  ସଂଗଠନ ତରଫରୁ ପଣସପୁଟ ଓ ଗାଜଲମାଲୁଡି ପଞ୍ଚାୟତର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ଲଗାଯାଇଛି।

ନିରୀହ ଅାଦିବାସୀଙ୍କ ଉପରେ ମାଓବାଦୀଙ୍କ ନାଁନେଇ ପୁଲିସ୍‌ର ଦମନଲୀଳାକୁ ପୋଷ୍ଟରରେ ବିରୋଧ କରାଯାଇଛି।

ଗତ ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲ୍‌ଜିଏ ସହିଦ ସପ୍ତାହ ଚାଲିଥିବା ବେଳେ ଯୁବ ସମାଜକୁ ଅଧିକ ସଂଖ୍ୟାରେ ମାଓବାଦୀ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି। ଆସନ୍ତା ନିର୍ବାଚନ ବନ୍ଦ କରିବାକୁ ପୋଷ୍ଟରରେ ମଧ୍ୟ ଉଲ୍ଲେଖ ରହିଛି।  ଆଣ୍ଟି ନକ୍ସଲ ପିପୁଲ୍‌ସ୍‌ ଫୋର୍ସକୁ ଜନ ଆନ୍ଦୋଳନ ଦ୍ୱାରା ଧ୍ୱଂସ କରିବାକୁ ପୋଷ୍ଟର ମାଧ୍ୟମରେ ମାଓବାଦୀ ସଂଗଠନ ଆହ୍ୱାନ କରିଛନ୍ତି।

You might also like