ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା ଘଟଣାରେ ୮୧ଙ୍କୁ ଗିରଫ କଲା ଗୁଜରାଟ ପୁଲିସ

ଗାନ୍ଧିନଗର: ଗୁଜରାଟ ସୁରତ ସହରରେ ପ୍ରବାସୀ ଓଡ଼ିଆଙ୍କ ପୋଡ଼ାଜଳା ଘଟଣାରେ ୮୧ ଜଣ ଶ୍ରମିକଙ୍କୁ ଗିରଫ କରିଛି ଗୁଜରାଟ୍ ପୋଲିସ। ଗୁଜରାଟର ସରଥାଣା ଥାନା ଅଞ୍ଚଳର ଡାଇମଣ୍ଡ ନଗରୀରେ ରହୁଥିବା ଓଡ଼ିଆ କାରୀଗରମାନେ ପୋଲିସ ଉପରକୁ ପଥର ମାଡ଼ କରିବା ସହ ୧୦ରୁ ଅଧିକ ପରିବା ଟ୍ରକରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା।

 

ଲକ୍‌ଡାଉନ ଅବିଧି ବଢ଼ିବା ଆଶଙ୍କା ପରେ ଶ୍ରମିକ ମାନେ ନିଜ ଗାଁକୁ ଯିବା ଲାଗି କହିଥିଲେ। ପରେ ଉତ୍ତେଜିତ ହୋଇ ଓଡ଼ିଆ ଶ୍ରମିକମାନେ ଏଭଳି କରିଥିବା ଅଭିଯୋଗ ହୋଇଛି। ସେପଟେ ଶ୍ରମିକ ମାନଙ୍କୁ ସେଠାରେ କୌଣସି ସୁବିଧା ଦିଆଯାଉନଥିବାରୁ ସେମାନେ ଘରକୁ ଯିବାକୁ ଚାହୁଁଥିଲେ। ତେବେ କୌଣସି ସୁବିଧା ନହେବାରୁ ଉତ୍ତେଜିତ ହୋଇ ସେମାନେ ଏଭଳି କରିଥିବା କହିଛନ୍ତି।

You might also like