କ୍ୱାରେଣ୍ଟିନ କେନ୍ଦ୍ରରେ କଣ କରିବେ, କଣ କରିବେନି ? ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା କ୍ୱାରେଣ୍ଟିନ୍ କେନ୍ଦ୍ର ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗୁଡିକର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି ଗାଇଡଲାଇନ୍। ଏହି ସବୁ କେନ୍ଦ୍ର ଗୁଡିକରେ ଯେପରି ସଂକ୍ରମଣ ନଘଟେ ଏଥିଲାଗି ଗାଇଡଲାଇନ୍ ଜାରି ହୋଇଛି ।

କ୍ୱାରେଣ୍ଟିନ କେନ୍ଦ୍ର ଗୁଡିକରେ କଣ ସବୁ କରିବେ, କଣ କରିବେ ନାହିଁ ଏହାକୁ ନେଇ ଓଡ଼ିଆରେ ଲେଖାଥିବା ଏକ ମାର୍ଗଦର୍ଶିକା ସମସ୍ତ କେନ୍ଦ୍ରରେ ପ୍ରଦର୍ଶିତ ହେବ । ଯଦି କାହା ପାଖରେ ଲକ୍ଷଣ ପରିଲକ୍ଷିତ ହୁଏ ତେବେ ଅନ୍ୟମାନଙ୍କଠାରୁ ତାଙ୍କୁ ଅଲଗା କରି ରଖାଯିବ।

ଏଭଳି ଲକ୍ଷଣ ଥିବା ସମସ୍ତ ବ୍ୟକ୍ତିଙ୍କୁ ନିକଟ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯିବ ।ଗର୍ଭବତୀ ମହିଳା, ୫ ବର୍ଷରୁ କମ ବୟସର ଶିଶୁ, ଦିବ୍ୟାଙ୍ଗ ବ୍ୟକ୍ତି, ୬୦ ବର୍ଷରୁ ଅଧିକ ବ୍ୟକ୍ତି, କିନ୍ନର ଏବଂ ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ପ୍ରାଥମିକତା ଦେବାକୁ କୁହାଯାଇଛି । ସେମାନଙ୍କର ନମୁନା ଯାଞ୍ଚ କରିବା ସହ ନେଗେଟିଭ୍ ଆସିଲେ ହୋମ କ୍ୱାରେଣ୍ଟିନରେ  ରଖିବାକୁ ପରାମର୍ଶ ଦିଆଯାଇଛି ।

ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗୁଡିକର ସାମାଜିକ ଦୂରତ୍ୱ ଯେପରି ପାଳନ ହୁଏ ସେଥିଲାଗି ଯଦି ସମ୍ଭବ ସିସିଟିଭି ସର୍ଭେଲାନ୍ସରେ ରଖିବାକୁ କୁହାଯାଇଛି।  ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ଗାଇଡଲାଇନ ଜାରି କରିଛନ୍ତି।

 

ଆହୁରି ପଢ଼ନ୍ତୁ

You might also like