ବାଣ ମାର୍କେଟ ନ ଖୋଲିବାକୁ ଆହ୍ୱାନ

ବ୍ରହ୍ମପୁର: ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳି ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ ଦେଇଛନ୍ତି। ବାଣ ମାର୍କେଟ ନ ଖୋଲିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିବେଦନ କରିଛନ୍ତି।

ତେବେ ବାଣ ମାର୍କେଟ ଖୋଲିବା ନେଇ ଯେଉଁ ଗାଇଡଲାଇନ୍ ରହିଛି ତାହା ଅନୁଧ୍ୟାନ ହେବ। ଆଲୋଚନା କରି ଲାଇସେନ୍ସ ଦିଆଯିବ କି ନାହିଁ ବିଚାର କରାଯିବ।

ଡିସେମ୍ବର ଯାଏଁ ମନ୍ଦିର ବନ୍ଦ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପିକନିକ ବେଳେ ମାସ୍କ ଲଗାଇ ବୁଲାବୁଲି କରି ସୌନ୍ଦର୍ଯ୍ୟ ଉପଭୋଗ କରନ୍ତୁ। କୋଭିଡ କଟକଣା ପାଇଁ ପିକନିକରେ ଭୋଜିଭାତ ଓ ମ୍ୟୁଜିକ୍ ବାରଣ କରାଯାଇଛି

ଅପରପଟେ କଟକରେ ବାଣ ବିକ୍ରି ନେଇ ଗତକାଲି ଡିସିପିଙ୍କ ମନ୍ତବ୍ୟ ପ୍ରସଙ୍ଗରେ କାହାରିକୁ ଏଯାଏ ବାଣ ବିକ୍ରି ଲାଇସେନ୍ସ ଦିଆଯାଇନି କହିଛନ୍ତି ଡିସିପି। ଲାଇସେନ୍ସ ପାଇଁ ଲୋକେ ଆବେଦନ କରୁଛନ୍ତି, ଅନୁମତି ଦିଆଯାଇନି। ଏନେଇ ସରକାରୀ ନିର୍ଦ୍ଦେଶନାମା ଆସିବା ପରେ ନିଷ୍ପତ୍ତି ନିଆଯିବ।

You might also like