ଆସନ୍ତା ଶିକ୍ଷାବର୍ଷରୁ କମିବ ସ୍କୁଲ ପିଲାଙ୍କ ବ୍ୟାଗ ବୋଝ

ସ୍କୁଲ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ଏଣିକି ସ୍କୁଲ ପିଲାଙ୍କ ବ୍ୟାଗ ବୋଝ କମିବ। ପିଲାଙ୍କ ଓଜନ ଠାରୁ ବହି ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ ରହିବ।  ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨ କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଆସିବ।  ଯଦି ଏହାଠାରୁ ଅଧିକ ଓଜନର ବସ୍ତାନୀ ଧରି ଛାତ୍ରଛାତ୍ରୀ ସ୍କୁଲକୁ ଆସନ୍ତି ତେବେ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ ଅଭିଭାବକଙ୍କୁ ଜଣାଇବେ ।

ପ୍ରତି ତିନି ମାସରେ ଗୋଟିଏ ଦିନ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବସ୍ତାନୀର ଓଜନ ଯାଞ୍ଚ କରାଯିବ । ୨୦୨୧-୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନୀତି ପାଳନ କରିବା ଲାଗି ଗଣ ଶିକ୍ଷା ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀ କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ୍ ବ୍ୟବହାର କରିବେ।

ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରଛାତ୍ରୀ ୨ଟି ନୋଟ ବୁକ ନେବେ, ଯେଉଁଥିରେ ଗୋଟିଏ ନୋଟ ବୁକ ସ୍କୁଲରେ ରହିବ ଆଉ ଗୋଟିଏ ପିଲାଙ୍କ ବହି ବସ୍ତାନୀରେ ରହିବ । ସେପଟେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲା ଖୋଲା କାଗଜରେ ଗୋଟିଏ ଫାଇଲକୁ ନେଇ ଆସିବେ।

ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମୱାର୍କ ଦିଆଯିବନି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ୨ ଘଣ୍ଟାର ହୋମ ୱାର୍କ ଦିଆଯିବ ।ଏନେଇ ଗତ ନଭେମ୍ବର ୨୪ରେ କେନ୍ଦ୍ର ସରକାର ସବୁ ରାଜ୍ୟରୁ ଚିଠି କରିଥିବା ବେଳେ ଆଗାମୀ ଶିକ୍ଷା ବର୍ଷରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

You might also like