• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାଉରକେଲା: ପୁଣି ୧୩ ଲକ୍ଷ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଏଥର ଜାଲ କାଗଜପତ୍ରରେ ବାଲୁଘାଟ ବସ୍ତିରେ ଜଣେ ପାମ୍ପଡ଼ ବେପାରୀଙ୍କ ନାଁରେ ୧୩ ଲକ୍ଷ ଜିଏସଟି ଠକେଇ ହୋଇଥିବା ନେଇ ସୂଚନା ମିଳିଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ କହି ଝୁନୁ ପ୍ରଧାନ ନାମକ ଜଣେ ମହିଳାଙ୍କଠାରୁ ଡକ୍ୟୁମେଣ୍ଟ ନିଆଯାଇ ଏଭଳି ଠକେଇ ହୋଇଛି।

ତ୍ରିନେତ୍ର ଟ୍ରେଡରସ୍ ନାମକ କମ୍ପାନୀ ଖୋଲାଯାଇ ୭୪ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ପ୍ରକୃତରେ ଝୁନୁ ପ୍ରଧାନ ପାମ୍ପଡ଼, ବଡି ତିଆରି କରି ପରିବାର ଚଳାନ୍ତି। ତେବେ ଏହି ବସ୍ତିର ଜଣେ ବ୍ୟକ୍ତି ଲୋନ୍ କରାଇଦେବା ନାଁରେ ତାଙ୍କଠାରୁ ଡକ୍ୟୁମେଣ୍ଟ ନେଇ ଏସବୁ କାରନାମା କରିଥିବା ଝୁନୁ ଅଭିଯୋଗ କରିଛନ୍ତିି। ଗରିବ ଲୋକଙ୍କୁ ମୋହରା ବନାଇ କୋଟି କୋଟି ଟଙ୍କାର GST ଫାଙ୍କି ହେଉଥିବା ଏବେ ନିତିଦିନିଆ ଘଟଣା ହୋଇଛି।

ମଧ୍ୟବିତ୍ତ ଓ ଗରିବଙ୍କୁ ଟାର୍ଗେଟ୍‌ !

  • ଗତ ଡିସେମ୍ବର ୨୦୨୦ରେ ପାରାଦୀପ ଠାରେ ଜଣେ ଦିନ ମଜୁରିଆଙ୍କ ନାଁରେ ଦେଢ଼ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଥିଲା। ଦିନ ମଜୁରିଆଙ୍କ ଫଟୋ ଓ ଆଇଡି ବ୍ୟବହାର କରାଯାଇ ଏଭଳି କେହି ଠକିଥିବା ସୂଚନା ମିଳିଛି। ପିତାମ୍ବରପୁର ଗାଁର ବିଜ୍ଞାନ ସ୍ୱାଇଁ ଦିନ ମଜୁରିଆ ଭାବେ କାମ କରନ୍ତି। ହେଲେ ତାଙ୍କ ନାମରେ ପ୍ରାୟ ଦେଢ଼ କୋଟି ଟଙ୍କାର କେହି ଜିଏସ୍‌ଟି ଠକେଇ କରିଥିବା ଜଣାପଡ଼ିଛି। ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍ ପ୍ରଥମେ ନୋଟିସ କରିବା ସହ ତାଙ୍କ ଘରେ ପହଞ୍ଚି ଛାନଭିନ୍ କରିବା ପରେ ଘଟଣା ପଦାକୁ ଆସିଥିଲା। ବିଜ୍ଞାନଙ୍କ ନାଁରେ ଗତ ୪ ମାସ ବ୍ୟବସାୟିକ କାରବାର ହୋଇଥିଲା। ମେସର୍ସ ଉର୍ଜା ଷ୍ଟିଲ ନାମରେ କମ୍ପାନୀ ଖୋଲାଯାଇ ବ୍ୟବସାୟ କରାଯାଇଛି।
  • ସେହିପରି ଗତ ନଭେମ୍ବରର ୨୦୨୦ରେ ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଚକିତ କଲା ପରି ଜିଏସ୍‌ଟି ଠକେଇ ସାମ୍ନାକୁ ଆସିଥିଲା। ଜଣେ ଚାଷୀଙ୍କ ନାଁରେ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ଭୀମଟିକିରା ପଞ୍ଚାୟତ ସାଲେପାଲି ଗାଁର ଚାଷୀ ନବୀନ ବାଗ ୧୦ କୋଟି ଟଙ୍କାର ଜିଏସ୍‌ଟି ଠକିଥିବା ନେଇ ଅଭିଯୋଗ ହୋଇଥିଲା। ଋଣ କରିବା ପାଇଁ ୮ ମାସ ତଳେ ନବୀନ ଧାନବସା ଗାଁର ଦିଲ୍ଲୀପ ମେହେରଙ୍କୁ ବ୍ୟାଙ୍କ ଆକାଉଣ୍ଟଠାରୁ ଆରମ୍ଭ କରି ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ବିଦ୍ୟୁତ୍ ବିଲ୍ ସହ ସମସ୍ତ କାଗଜ ପତ୍ର ଦେଇଥିଲେ। ତା’ ପରେ ସାଲେପାଲି ଗାଁରେ ବାଗ୍ ଏଣ୍ଡ ବାଗ୍ ନାଁରେ ଏକ କମ୍ପାନୀ ଚାଲୁଛି ବୋଲି ଭବାନୀପାଟଣା ଜିଏସ୍‌ଟି ଅଫିସ ଜାଣିବାକୁ ପାଇଥିଲା। ଏହାପରେ ଜିଏସ୍‌ଟି ଅଧିକାରୀମାନେ ଆସି ଚଢ଼ଉ କରିବା ସହ ନବୀନ ବାଗଙ୍କୁ ସମନ କରିଥିଲେ। ତାଙ୍କୁ ଫସା ଯାଇଥିବା ନେଇ ନବୀନ ବାଗ ରାମପୁର ଥାନାକୁ ଯାଇ ଅଭିଯୋଗ କରିଥିଲେ।

https://twitter.com/otvkhabar/status/1350033212714569728?s=20

ସେପଟେ ଦେଶରେ ବଢ଼ିଛି ଜିଏସ୍‌ଟି ଆଦାୟ। ଗତ ଡିସେମ୍ବର ମାସରେ ସର୍ବାଧିକ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଜିଏସ୍‌ଟି ଆଦାୟକୁ ନେଇ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, ଦେଶରେ ଏବେ ଅର୍ଥନୀତି ଟ୍ରାକ୍‌କୁ ଫେରୁଛି। ଏଥିସହ ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ କରାଯାଇଛି। ଯେଉଁମାନେ ଜିଏସ୍‌ଟି ଫାଙ୍କିବା ପାଇଁ ଉଦ୍ୟମ କରୁଛନ୍ତି, ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସିଷ୍ଟମର ଅପବ୍ୟବହାର ରୋକିବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଯାହା ଫଳରେ ଜିଏସ୍‌ଟି ଆଦାୟ ବଢ଼ିଛି। ଜିଏସ୍‌ଟି ଠକେଇ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି

ଆହୁରି ପଢନ୍ତୁ :

କିଡ଼ନୀ ଦେବା ଲାଗି କହି ଲକ୍ଷ ଲକ୍ଷ ଟଙ୍କା ଠକିନେଲେ

Gst-fraud-against-a-pampad-vendor
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories