ଜୁଲାଇରେ ଓଡ଼ିଶାରେ ଜିଏସ୍‌ଟି ଆଦାୟରେ ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇରେ ଓଡ଼ିଶାରେ ଜିଏସ୍‌ଟି ଆଦାୟରେ ରେକର୍ଡ ବୃଦ୍ଧି ହାର ୧୩ ପ୍ରତିଶତ ରହିଛି। କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସତ୍ତ୍ୱେ ଜିଏସ୍‌ଟି ଆଦାୟରେ ରେକର୍ଡ ବୃଦ୍ଧି ହୋଇଛି।

ଜୁଲାଇରେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୭୯୪.୦୨ କୋଟି ଟଙ୍କା ରହିଛି। ଗତବର୍ଷ ଜୁଲାଇ ମାସରେ ଓଡ଼ିଶାର ଜିଏସ୍‌ଟି ଆଦାୟ ରାଶି ୭୦୨.୪୪ କୋଟି ଟଙ୍କା ଥିଲା। ତେଣୁ ଗତବର୍ଷ ଜୁଲାଇ ତୁଳନାରେ ଚଳିତବର୍ଷ ଜୁଲାଇରେ ରାଜ୍ୟରେ ଜିଏସ୍‌ଟି ଆଦାୟରେ ୧୩.୦୪ ପ୍ରତିଶତ ବୃଦ୍ଧି ହୋଇଛି।

୨୦୨୦ ଜୁଲାଇରେ ଅଣ ଜିଏସ୍‌ଟି ସାମଗ୍ରୀ ମଧ୍ୟରେ ପେଟ୍ରୋଲିୟମ୍ ଉତ୍ପାଦରୁ ଟିକସ୍‌ ସଂଗ୍ରହରେ ଉତ୍ସାହଜନକ ଧାରା ପରିଲକ୍ଷିତ ହୋଇଛି। ଏହି ସାମଗ୍ରୀରେ ଟିକସ୍‌ ସଂଗ୍ରହ ଜୁଲାଇରେ ୫୨୧.୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଜୁଲାଇରେ ଏହି ରାଶି ୫୦୯.୩ କୋଟି ଟଙ୍କା ଥିଲା।

You might also like