ସମାଜସେବୀ ଆଦିତ୍ୟଙ୍କ ଶାଶୂ, ଶାଳକଙ୍କୁ ଜେରା କଲା ଜିଆରପି

କଟକ: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ପଚରାଉଚରା କଲା ଜିଆରପି। କଟକ କାଜିବଜାର ସ୍ଥିତ ଘରକୁ ଯାଇ ବିଦ୍ୟାଶ୍ରୀଙ୍କ ପରିବାର ଲୋକଙ୍କୁ ଜେରା କରିଛି ଜିଆରପି। ଆଦିତ୍ୟ, ବିଦ୍ୟାଶ୍ରୀଙ୍କ ପାରିବାରିକ ଜୀବନ ସମ୍ପର୍କରେ ପଚରାଉଚରା କରିଥିବା ସୂଚନା ମିଳିଛି। ପ୍ରାୟ ଘଣ୍ଟାଏ ଧରି ଜେରା କରିଥିଲା ଜିଆରପି। ଜିଆରପିର ଡିଏସପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ପଚରାଉଚୁରା କରିଥିଲେ।

ପୂର୍ବରୁ ଜିଆରପି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ବାପା ମାଆଙ୍କୁ ସାଢ଼େ ୩ ଘଣ୍ଟା ଜେରା କରିଛି ଜିଆରପି। ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଆଦିତ୍ୟଙ୍କ ସୁନ୍ଦରପଦାସ୍ଥିତ ଘରକୁ ଯାଇ ୩ ଜଣଙ୍କୁ ମାରାଥନ ଜେରା କରିଛି।

ପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକ ପାଇଲଟଙ୍କ ବୟାନ ପୁରା ମାମଲାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଛି। ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜକୁ ତଦନ୍ତ କରି ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥାଇପାରେ ବୋଲି ଜିଆରପି ଅନୁମାନ କରୁଥିଲା କିନ୍ତୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍ ବିଷ୍ଣୁଚରଣ ସେଠୀ କହିଛନ୍ତି, ଘଟଣା ଦିନ ସେ ଚଳାଉଥିବା ଟ୍ରେନ୍ ସହ କାହାର ଧକ୍କା ହୋଇନି।

ଲିଙ୍ଗରାଜ ଷ୍ଟେସନଠୁ ଦୁଇ ଶହ ମିଟର ଦୂରରେ ଆଉ ଦୁଇଟି ସିସିଟିଭି ଫୁଟେଜ ମଧ୍ୟ ପୋଲିସ ଉଦ୍ଧାର କରିଛି। ଏଭଳି ସ୍ଥିତିରେ ଆଦିତ୍ୟଙ୍କ ପତ୍ନୀ ଓ ବାପା-ମାଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି।

You might also like