ସମାଜସେବୀ ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କଲା ଜିଆରପି

ଭୁବନେଶ୍ୱର: ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାକୁ ପ୍ରୟାସ। ମାମଲାର ତଦନ୍ତ କରୁଥିବା ଜିଆରପି ପୋଲିସ୍ ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରିଛି। ଜିଆରପି ଏକ ସ୍ୱତନ୍ତ୍ର ଟିମ୍ ଆଦିତ୍ୟଙ୍କ ସୁନ୍ଦରପଦା ସ୍ଥିତ ବାସଭବନକୁ ଯାଇ ବିଦ୍ୟାଶ୍ରୀଙ୍କୁ ଜେରା କରିଛି।

ଏହାପୂର୍ବରୁ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ଲୋକ ପାଇଲଟଙ୍କ ବୟାନ ପୁରା ମାମଲାକୁ ଆହୁରି ରହସ୍ୟ ଘେରକୁ ଟାଣି ନେଇଥିଲା। ଲିଙ୍ଗରାଜ ରୋଡ୍ ଷ୍ଟେସନ୍ ନିକଟ ସିସିଟିଭି ଫୁଟେଜ୍‌କୁ ତଦନ୍ତ କରି ଆଦିତ୍ୟଙ୍କୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଧକ୍କା ଦେଇଥାଇପାରେ ବୋଲି ଜିଆର୍‌ପି ଅନୁମାନ କରୁଥିଲା। କିନ୍ତୁ ପୁରୁଷୋତ୍ତମ ଏକ୍ସପ୍ରେସ୍ ଲୋକୋ ପାଇଲଟ୍ ବିଷ୍ଣୁଚରଣ ସେଠୀ କହିଛନ୍ତି, ଘଟଣା ଦିନ ସେ ଚଳାଉଥିବା ଟ୍ରେନ୍ ସହ କାହାର ଧକ୍କା ହୋଇନି।

ତାଙ୍କ କହିବାନୁସାରେ ରାତି ୮ଟା ୨୦ରେ ଟ୍ରେନ୍ ରେତଙ୍ଗ ଷ୍ଟେସନ୍ ଛାଡ଼ିଥିଲା ଓ ୮ଟା ୩୫ରୁ ୪୦ ଭିତରେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲା। ତା ମଝିରେ କୌଣସି ଠାରେ ଟ୍ରେନ୍ କାହାକୁ ଧକ୍କା ଦେଇନାହିଁ। ଏପରି ହୋଇଥିଲେ, ନିୟମ ଅନୁସାରେ ସେ ରିପୋର୍ଟ କରିଥାନ୍ତେ ବୋଲି କହିଛନ୍ତି।

ତାଙ୍କ ବୟାନଙ୍କୁ ରେକର୍ଡ କରିଛି ଜିଆରପି। ସେପଟେ ଲିଙ୍ଗରାଜ ଷ୍ଟେସନଠୁ ଦୁଇ ଶହ ମିଟର ଦୂରରେ ଆଉ ଦୁଇଟି ସିସିଟିଭିର ଫୁଟେଜ ଉଦ୍ଧାର କରିଛି ପୋଲିସ। ୨ଟି ମଧ୍ୟରୁ ଗୋଟିଏ ସିସିଟିଭି ଫୁଟେଜ ଭଲ ଭାବେ ଦୃଶ୍ୟମାନ ହେଉଥିବା ନେଇ ସୂଚନା ମିଳିଛି। ଏସବୁକୁ ନେଇ ତଦନ୍ତକୁ ଆଗକୁ ବଢ଼ାଇଛି ଜିଆରପି।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like