ଜିଆରପିଙ୍କୁ ଭୁଜାଲିରେ ଆକ୍ରମଣ

କୁଚିଣ୍ଡା  :  ଜିଆରପିଙ୍କୁ ଭୁଜାଲିରେ ଆକ୍ରମଣ। ସମ୍ବଲପୁର ଜିଲ୍ଲା ବାମଡ଼ା ରେଳ ଷ୍ଟେସନର ଜିଆରପିଙ୍କୁ ୨ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଛନ୍ତି। ଏଥିରେ ଜିଆରପି ପର୍ଶୁରାମ ବିଭୋର ଆହତ ହୋଇଛନ୍ତି।

ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ଫେରାର ହେବାକୁ ଉଦ୍ୟମ କରିବା ବେଳେ ଜଣଙ୍କୁ ଲୋକେ କାବୁ କରିଥିଲେ । ଉକ୍ତ ଯୁବକକୁ ଜିଆରପି ଅଫିସରେ ଅଟକ ରଖାଯାଇଛି। ସେ ବ୍ରହ୍ମପୁରର ନାରାୟଣ ଡାକୁଆ ବୋଲି ଜଣାପଡ଼ିଛି। ଫେରାର ହୋଇଥିବା ଅନ୍ୟ ଜମେ ଦୁର୍ବୃତ୍ତ ଭୁବନେଶ୍ୱରର ସମ୍ବୁ ବୋଲି ଜଣାପଡ଼ିଛି।

ଉଲ୍ଲେଖନୀୟ ଯେ, ଜିଆରପି ପଚରାଉଚରା କରିବା ବେଳେ ସେମାନେ ଆକ୍ରମଣ କରିଥିଲେ। ତେବେ ଉଭୟ ଗଞ୍ଜେଇ ନେଇ ଯାଉଥିବା ଜଣାପଡ଼ିଛି ।

You might also like