• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ? ବିଗତ କିଛି ଦିନ ଧରି ବଢ଼ିଚାଲିଥିବା ବେଧଡ଼କ୍ ଲୁଟ୍, ଛିନ୍ତାଇ, ହତ୍ୟା ଭଳି ଘଟଣା ଭୁବନେଶ୍ୱର ବାସିନ୍ଦାଙ୍କ ମନରେ ଏଭଳି ପ୍ରଶ୍ନକୁ ଠିଆ କରିଛି। ଲଗାତର ଘଟି ଚାଲିଥିବା ଛିନ୍ତାଇ ଘଟଣାରେ ଆଜି ଶିକାର ହୋଇଛନ୍ତି ଶୈଳଶ୍ରୀ ବିହାର ଅଞ୍ଚଳର ଜଣେ ବୟୋଜ୍ୟୋଷ୍ଠ ମହିଳା। ଏଭଳି ସ୍ଥିତିରେ ରାଜଧାନୀରେ ଆଇନ୍‌ ଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ବେଳେ ଡିସିପି କହିଛନ୍ତି, ଥାନାରେ ପେସାଦାର ଅପରାଧୀଙ୍କ ହାଜିରା ରେଜିଷ୍ଟରକୁ କଡ଼ାକଡ଼ି କରାଯାଉଛି।

ଘଟଣା ମୁତାବକ ଶୈଳଶ୍ରୀ ବିହାର ଅନ୍ତର୍ଗତ କୈଳାସ ବିହାରର ୭୦ ବର୍ଷିୟ ଶାନ୍ତିଲତା ବେହେରା ଆଜି ସକାଳେ ନିଜ ଘର ପାଖରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ହଠାତ୍ ଦୁଇ ଜଣ ଲୁଟେରା ଶାନ୍ତିଲତାଙ୍କ କାନରୁ କାନଫୁଲ ଝାମ୍ପି ନେଇ ଆଖି ପିଛୁଳାକେ ବାଇକ୍‌ରେ ଫେରାର ହୋଇଯାଇଥିଲେ।

କେବଳ ଏଇ ଗୋଟିଏ ଘଟଣା ନୁହେଁ, ଜୁଲାଇ ୭ ତାରିଖରେ ତମାଣ୍ଡୋ ନିକଟରେ ସ୍କୁଟରରେ ଯାଉଥିବା ଜଣେ ଯୁବତୀଙ୍କଠାରୁ ଲୁଟେରା ବ୍ୟାଗ୍ ଝାମ୍ପି ନେଇଥିଲେ। ହେଲେ ସୌଭାଗ୍ୟକୁ ତାଙ୍କ ଜୀବନ ରହିଯାଇଥିଲା।

ସେହିପରି ଏଇ ମାସ ୧ ତାରିଖରେ ରସୁଲଗଡ କେନାଲ୍ ରୋଡ୍‌ରେ ସ୍କୁଟରରେ ଯାଉଥିବା ଜଣେ ଯୁବତୀ ବି ଲୁଟ୍‌ର ଶିକାର ହୋଇଥିଲେ। ଲୁଟେରା ତାଙ୍କଠାରୁ ମୋବାଇଲ୍ ଝାମ୍ପି ନେବାବେଳେ ଗାଡ଼ିରୁ ଖସିପଡ଼ି ସେ ଗୁରୁତର ଆହତ ହୋଇଥିଲେ। ଆଉ ଠିକ୍ ୫ ଦିନ ପରେ ଅର୍ଥାତ୍ ଅକ୍ଟୋବର ୬ରେ ଆପୋଲୋ ହସ୍ପିଟାଲ୍ ନିକଟରେ ବି ଏକଦମ୍ ସେହିଭଳି ଘଟଣା ଘଟିଥିଲା। ଏଥିରେ ବି ଛିନ୍ତାଇର ଶିକାର ବେଳେ ଆହତ ହୋଇଥିଲେ ସ୍କୁଟିରେ ଯାଉଥିବା ଯୁବତୀ। ଅଧିକାଂଶ କ୍ଷେତ୍ରରେ ଯୁବତୀ, ମହିଳା ବିଶେଷକରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରି ଅନାୟାସରେ ଦୁର୍ବୃତ୍ତ ଖସିଯାଉଥିବାରୁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ଛିନ୍ତାଇ ବ୍ୟତିତ, ବ୍ୟାଙ୍କରୁ ଲୁଟ୍, ଏଟିଏମ୍ ଭାଙ୍ଗି ଲୁଟ୍ ହେଉ କି ଦିନ ଦ୍ୱିପ୍ରହରରେ ସାମନ୍ତରାପୁର ମିଠା ଦୋକାନୀଙ୍କୁ ମର୍ଡର ଘଟଣା ଦିନକୁ ଦିନ ବଢ଼ିଚାଲିଥିବା ଅପରାଧୀଙ୍କ ଏଭଳି କାର୍ଯ୍ୟକଳାପ କମିଶନରେଟ୍ ପୋଲିସ୍ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ସେଥିରେ ପୁଣି ଏବେ ପାର୍ବଣ ସମୟ ଏଭଳି ସ୍ଥିତିରେ କିପରି ରାଜଧାନୀ ବାସି ସୁରକ୍ଷିତ ରହିବେ ସେ ନେଇ ଏବେ ପ୍ରଶ୍ନ ଉଠିଛି।

https://youtu.be/JaZaV1q5MEM

Growing-crimes-in-bhubaneswar-raises-concern
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories