ଭୁବନେଶ୍ୱର: ପୁଣି ବାଣୀବିହାର ଅଶାନ୍ତ। ଦୀର୍ଘ ଦିନ ଧରି ଶାନ୍ତ ରହିଥିବା ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଛାତ୍ର ଉତ୍ତେଜନା ଦେଖାଦେଇଛି। ଦୁଇ ଛାତ୍ର ଗୋଷ୍ଠୀ ଓ ପୁଲିସ୍ ମଧ୍ୟରେ ମାରପିଟ୍ ଏବଂ ଧସ୍ତାଧସ୍ତି ହୋଇଛି। ଏହି ଘଟଣାରେ ପୁଲିସ୍ ୨ଜଣ ଅଣଛାତ୍ରଙ୍କୁ ଅଟକ ରଖିବା ସହ କ୍ୟାମ୍ପସରେ ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୁସାରେ, ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ଫାର୍ମାସି ବିଭାଗର ଛାତ୍ରଛାତ୍ରୀ ବିଭିନ୍ନ ଦାବି ନେଇ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରୁଥିବା ବେଳେ କିଛି ଅଣଛାତ୍ର ଓ ପୂର୍ବତନ ଛାତ୍ର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପୁଲିସ୍ ଉପସ୍ଥିତିରେ ସଂଘର୍ଷ ହୋଇଥିଲା। ଘଟଣାରେ ପୁଲିସ୍ ହସ୍ତକ୍ଷେପ କରିବାରୁ ପୁଲିସ୍ ସହ ମଧ୍ୟ ମୁହାଁମୁହିଁ ହୋଇଥିଲେ ଛାତ୍ର ଗୋଷ୍ଠୀ। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Published By: Odishatv Bureau
Last updated: 25 September 2018, 08:53 AM IST
ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।