ପୂର୍ବ ଶତ୍ରୁତାରୁ ହାଣକାଟ, ଆକ୍ରମଣକାରୀର ଗଲା ଜୀବନ

ବଲାଙ୍ଗିର: ଦେଓଗାଁ ଥାନା ଜରାସିଙ୍ଗା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ହାଣକାଟ। ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ୪ ଜଣଙ୍କ ମଧ୍ୟରୁ ବୁର୍ଲା ସ୍ଥାନାନ୍ତର ବେଳେ ଜଣକର ମୃତ୍ୟୁ ହୋଇଛି।  ଏପରିକି ଘର ଭିତରୁ ଆକ୍ରମଣକାରୀର ପୋଲିସ୍ ଉଦ୍ଧାର କରିଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗାଁରେ ପୋଲିସ ମୁତୟନ କରାଯାଇଛି।

ଜରାସିଂହାର ବାହାରପଡାର ଧନମତ ରାଉତ ଆଗରୁ ମାଂସ ଦୋକାନ ଏବଂ ପେଟ୍ରୋଲ ଦୋକାନ ଖୋଲିଥିଲେ କେହି ତାଙ୍କ ଦୋକାନରେ ନିଆଁ ଲଗାଇଦେଇଥିଲା ହରିଜନପଡା ଲୋକେ ନିଆଁ ଲଗାଇଦେଇଥିବା ନେଇ ସନ୍ଦେହ କରୁଥିଲେ ଧନମତ ଆଜି ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଧନମତ ଟାଙ୍ଗିଆରେ ଚାଷ ଜମିରେ ଥିବା ହରିଜନ ପଡାର କର୍ଣ୍ଣ ସୁନା ଏବଂ ଶ୍ରୀପତି ଭେସରାକୁ ଆକ୍ରମଣ କରିଥିଲା

ଦୁଇ ଗୁରୁତରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ମଧ୍ୟରୁ ହସ୍ପିଟାଲରେ ଶ୍ରୀପତୀ ଭେସରାଙ୍କର ମୃତ୍ୟୁ ହୋଇଛି ଅନ୍ୟପଟେ ହରିଜନପଡା ଲୋକେ ଉତ୍ତ୍ୟକ୍ତ ହୋଇ ବାହାରପଡାର ଧନମତ ରାଉତଙ୍କ ଘରେ ପାଲଟା ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀ ଘର ଭିତରକୁ ପ୍ରବେଶ କରି ଅତି ନୃସଂଶ ଭାବେ ହତ୍ୟା କରିଥିଲେ। ଧନମତର ପରିବାର ଲୋକଙ୍କ ଖୋଜଖବର ମିଳୁନାହିଁ

You might also like