ବାଣୀବିହାରରେ କୁଳପତିଙ୍କ ଅଫିସ୍ ଘେରିଲେ ଛାତ୍ର

ଭୁବନେଶ୍ୱର: ବାଣୀବିହାରରେ କୁଳପତିଙ୍କ ଅଫିସ୍ ଘେରିଲେ ଛାତ୍ର। କାଲିର ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଗତକାଲି ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

କ୍ୟାଣ୍ଟିନ୍‌ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ପରେ ଗୋପବନ୍ଧୁ ଛାତ୍ରାବାସର ଦୁଇ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗୋଟିଏ ଗୋଷ୍ଠୀ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଥିବାବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରି ସେମାନଙ୍କ ଉପରେ ପାଲଟା ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ଛାତ୍ର ଗୋଷ୍ଠୀ। ଅନ୍ୟ ଏକ ଗୋଷ୍ଠୀ ଗୋପବନ୍ଧୁ ହଷ୍ଟେଲ୍ ସାମ୍ନାରେ ଧାରଣାରେ ବି ବସିଥିଲେ।

ଘଟଣା ପରେ ପିଜି କାଉନ୍ସିଲ୍ ଚେୟାରମ୍ୟାନ୍ ହଷ୍ଟେଲ୍ ସାମ୍ନାକୁ ଆସି ଧାରଣାରତ ଅନ୍ତେବାସୀଙ୍କୁ ବୁଝାସୁଝା କରିଥିଲେ। ଛାତ୍ର ଅଶାନ୍ତି ପରେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କୋଭିଡ୍ କଟକଣା ପରେ ବନ୍ଦ ଥିବା ବିଶ୍ୱବିଦ୍ୟାଳୟ ଗତ ୧୧ ତାରିଖରେ ଖୋଲିଥିଲା।

You might also like